ମେଷ: ସନ୍ତାନଙ୍କ ପାଠପଢାକୁ ନେଇ ବାପାମା’ ଚିନ୍ତାରେ ରହିବେ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଖବର ମିଳିବା ସହିତ ମାନସମ୍ମାନ ମିଳିବ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ ।
ବୃଷ: କର୍ମକ୍ଷେତ୍ରରେ ଛୋଟ କଥାକୁ ନେଇ କଳହ ଦେଖାଯିବ ଓ ମାନସମ୍ମାନ ମିଳିବ ନାହିଁ । ବହୁଦିନରୁ ଅଟକିଥିବା କାର୍ଯ୍ୟ ପାଇଁ ଶୁଭଖବର ପ୍ରାପ୍ତି ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ଓ ସୁସ୍ୱାଦୁ ଭୋଜନ କରିବେ ।
ମିଥୁନ : ବ୍ୟବସାୟରେ ଆୟ ଯେତିକି ହେବ ସେତିକି ଖର୍ଚ୍ଚ ମଧ୍ୟ ହେବ । ସନ୍ତାନ ପାଠପଢ଼ାରେ ଉନ୍ନତି କରିବେ ଓ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଗଣମାଧ୍ୟମରେ ଥିବା ବ୍ୟକ୍ତି ସଫଳତା ପାଇବେ ।
କର୍କଟ : କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗିରଖି ଚଳନ୍ତୁ । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ନାହିଁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ ,ଟିକେ ସତର୍କ ରହିବାକୁ ପଡିବ।
ସିଂହ : ସ୍ୱାମୀମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହେବ । ବହୁଦିନର ଦୁରବନ୍ଧୁଙ୍କ ସହିତ ମିଳନ ହେବ ଓ ସୁସ୍ୱାଦୁ ଭୋଜନ କରିବେ।
କନ୍ୟା: ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ ଓ ଦୁରବନ୍ଧୁଙ୍କ ସହିତ ମିଳନ ହେବ। କୌଣସି ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ରହିବ । ସନ୍ତାନମାନଙ୍କ ସ୍ୱଭାବ ଦେଖି ବାପାମା’ ଖୁସି ହେବେ।
ତୁଳା :ରାଜନୀତି କରୁଥିବା ବ୍ୟକ୍ତି ପ୍ରତି କାର୍ଯ୍ୟରେ ସଫଳତା ପାଇବେ । ଦୂରସ୍ଥାନକୁ ନୂତନ ବ୍ୟବସାୟ ପାଇଁ ଯାତ୍ରା କରିବେ ଏବଂ ସଫଳତା ପାଇବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଏବଂ ସୁସ୍ୱାଦୁ ଭୋଜନ କରିବେ ।
ବିଛା : ଦୂର ସ୍ଥାନକୁ ଯାତ୍ରା କଲେ ସଫଳତା ପାଇବେ ନାହିଁ। ପରିବାରରେ ସୁଖଶାନ୍ତି ମିଳିବ ଓ ଶତ୍ରୁ ମିତ୍ରତାର ହାତ ବଢ଼ାଇବେ । ଛାତ୍ରଛାତ୍ରୀ ମାନେ ପାଠପଢ଼ାରେ ଉନ୍ନତି କରିବେ ଏବଂ ଚାକିରି ସୁଯୋଗ ମିଳିବ ।
ଧନୁ: ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ନୂଆ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ହେବ ଓ ମାନସମ୍ମାନ ପ୍ରାପ୍ତି ହେବ । କୌଣସି ଖବର ଶୁଣି ମନରେ ଅସ୍ଥିରତା ବୃଦ୍ଧି ହେବ, ନିଜକୁ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ପଡିବ।
ମକର: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିଲେ ମଧ୍ୟ କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବେ । ବ୍ୟବସାୟୀମାନେ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେବେ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ, ସତର୍କ ରହିବାକୁ ପଡିବ ।
କୁମ୍ଭ: ବ୍ୟବସାୟରେ ଲାଭ ପାଇପାରିବେ ଏବଂ ଦୂର ବନ୍ଧୁଙ୍କ ସହିତ ମିଳନ ହେବ । ଦାମ୍ପତ୍ୟ ଜୀନ ସୁଖମୟ ହେବାସହିତ ଭ୍ରମଣ ଯୋଗ ମଧ୍ୟ ରହିଛି । ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ ଓ ଘରକୁ ଅତିଥିଙ୍କର ଆଗମନ ହେବ ।
ମୀନ : ଦୂରସ୍ଥାନକୁ ଯାତ୍ରା କଲେ ସଫଳତା ପାଇବା ସହିତ ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ କିନ୍ତୁ ଘର ପାଇଁ ନୂଆ ଦ୍ରବ୍ୟ କ୍ରୟ କରିବେ। ଅଟକିଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାରୁ ମନ ଖୁସି ରହିବ।