ମେଷ: କର୍ମକ୍ଷେତ୍ରରେ ସଫଳତା ପାଇବେ, ପରିବାରରେ ଶାନ୍ତି ମିଳିବ । ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ଆଶରୁ ଅଧିକ ଲାଭ ପାଇବେ । ବାଣିଜ୍ୟ, ବ୍ୟବସାୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ।
ବୃଷ: କର୍ମଜିବୀଙ୍କ ପାଇଁ ଦିନଟି ଶୁଭ ନାହିଁ, ଏଣୁ ସମସ୍ତ କାର୍ଯ୍ୟରେ ସତର୍କ ରୁହନ୍ତୁ। ବ୍ୟବସାୟ ବାଣିଜ୍ୟରେ କ୍ଷତି ହେବାର ସମ୍ଭାବନା ବେଶି ରହିଛି। ପରିବାରରେ ଅଶାନ୍ତି ଦେଖାଦେଇପାରେ।
ମିଥୁନ : ଶରୀରରେ ଅସୁସ୍ଥତା ଅନୁଭବ କରିବେ, ଆଘାତ ମଧ୍ୟ ଲାଗିପାରେ। ବନ୍ଧୁଙ୍କ ସହ ଦେଖାହୋଇପାରେ। ପରିବାରରେ ଶାନ୍ତି ବଜାୟ ରହିବ । ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।
କର୍କଟ: ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ନିଜ ଜିଦରେ ଅଟଳ ରହିପାରନ୍ତି, ପ୍ରତୀକ୍ଷିତ ଖବରଟି ଅପରାହ୍ନେ ପାଇପାରନ୍ତି । ଗତକାଲି ଠାରୁ ଯେଉଁ ଚିନ୍ତା କରୁଥିଲେ ଆଜି ବିଳମ୍ବରେ ତାହା ପ୍ରାପ୍ତି ହେବ ।
ସିଂହ: ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆକସ୍ମିକ ଦୂରଯାତ୍ରା କରିପାରନ୍ତି। ପରିବାରରେ ମନାନ୍ତର ମତାନ୍ତର ଦେଖାଦେବ।
କନ୍ୟା : ସ୍ୱାସ୍ଥ୍ୟ ଭଲ ରହିବ, କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହୋଇପାରନ୍ତି। ବନ୍ଧୁମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।
ମକର : ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମାନ ମନାନ୍ତର ଦେଖାଦେଇପାରେ।
କୁମ୍ଭ : କର୍ମକ୍ଷେତ୍ରରେ ସଫଳତା ପାଇବେ। ସହଯୋଗୀମାନେ ଅସହଯାଗ କରିବା ଦ୍ୱାରା ବିରକ୍ତିଭାବ ପ୍ରକାଶ ପାଇବ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରି ପାରନ୍ତି, ସତର୍କ ରୁହନ୍ତୁ।
ମୀନ : ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡିପାରନ୍ତି। ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯତ୍ନ କଲେ ଉପକୃତ ହେବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।