Advertisment

୧୪ ମେ’, ରବିବାର: କୌଣସି ଖବର ଶୁଣି ମନ ଖରାପ ହେବ

ଆଜି ୨୦୨୩ ମସିହା ମଇ ମାସ ୧୪ ତାରିଖ ରବିବାର ମେଷ ୩୧ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଦଶମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର

ଅଦ୍ୟତନ ହୋଇଛି
Rashi

Rashi

Advertisment

ମେଷ: ବ୍ୟବସାୟୀମାନେ ଲାଭ ପାଇବେ। ମାନସମ୍ମାନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ।
କୌଣସି ଏକ ଖବର ଶୁଣି ମନ ଖୁସି ରହିବ।

Advertisment

ବୃଷ: କର୍ମକ୍ଷେତ୍ରରେ ଉନ୍ନତି ହେବ। ଖୁସି ଖବର ମିଳିବ। ଅର୍ଥ ପ୍ରାପ୍ତି ହେବ। ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ଘରକୁ ଅତିଥି ଆସିବେ।

ମିଥୁନ: ଦାମ୍ପତ୍ୟ ଜୀବନ ଭଲ ରହିବ। ଠାକୁର ପୂଜାରେ ଅଧିକ ସମୟ ଦେବେ। କୌଣସି ଖବର ଶୁଣି ମନରେ ଅସ୍ଥିରତା ବୃଦ୍ଧି ହେବ। ଅଳସୁଆ ଅନୁଭବ କରିପାରନ୍ତି।

Advertisment

କର୍କଟ: ବ୍ୟବସାୟରେ କ୍ଷତି ସହିବେ। ଫଳରେ ମନ ଭଲ ରହିବ ନାହିଁ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ। ଦୂରସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସନ୍ତାନ ମାନଙ୍କର ଚାକିରି କ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ।

ସିଂହ: ମାଙ୍ଗଳିକ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂଆ ବନ୍ଧୁଙ୍କ ସହିତ ଦେଖା ହେବ। ପରିବାରରେ ହସଖୁସିରେ ସମୟ ଅତିବାହିତ କଲେ ମଧ୍ୟ ଗୁପ୍ତଶତ୍ରୁ ବୃଦ୍ଧି ହେବେ।

କନ୍ୟା: ପାରିବାରିକ ସମସ୍ୟା ଦେଖାଗଲେ ମଧ୍ୟ ସହଜରେ ତା’ର ସମାଧାନ ହୋଇଯିବ। ନୂତନ ବ୍ୟବସାୟ ପାଇଁ ବନ୍ଧୁ ସାହାଯ୍ୟ କରିବେ।
ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।

ତୁଳା: ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ। କର୍ମକ୍ଷେତ୍ରରେ କିଛି ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼ିବ। ପାରିବାରିକ ବୁଝାମଣା ଠିକ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ ନାହିଁ।

ବିଛା: ପରିବାରରେ କୌଣସି ସମସ୍ୟାକୁ ନେଇ ରାଗି ଯିବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ଭଲ ଭାବରେ ଭାବିଚିନ୍ତି କୌଣସି ବଡ଼ ବ୍ୟବସାୟ ପାଇଁ ଚୁକ୍ତି କରନ୍ତୁ।
ଧନୁ: କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଜଗିରଖି ଚଳନ୍ତୁ। ଦୂରସ୍ଥାନକୁ ଯାତ୍ରା କରିବା ସହିତ ନୂଆ ବ୍ୟବସାୟ ପାଇଁ ଚୁକ୍ତି କରିପାରନ୍ତି।
ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ କଳହ ଦେଖାଯିବ।

ମକର: କୌଣସି ଖବର ଶୁଣି ମନ ଖରାପ ହେବ। ପାରିବାରିକ ଜୀବନ ଭଲ ରହିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ।

କୁମ୍ଭ: ପିଲାମାନଙ୍କ ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ।
ଘରକୁ ନୂଆ ଅତିଥି ଆସିବେ।

ମୀନ: ପରିବାରରେ କଳହ ଦେଖାଦେବ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ ନାହିଁ। ଗୁପ୍ତଶତ୍ରୁ ବୃଦ୍ଧି ହେବେ।

Astrology Daily Horoscope
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe