ମେଷ: ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି, ଏଣୁ ସତର୍କ ରହି ବ୍ୟବସାୟ କରନ୍ତୁ। ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ପାଇବେ। ମହିଳାମାନେ ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇବେ।
ବୃଷ: ମାନସିକ ଅଶାନ୍ତି ଦେଇ ଗତି କରିବେ। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରହିବେ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ମାନସିକ ଚାପ ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ଆସିବ।
କର୍କଟ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସାମାଜିକ ମାନସମ୍ମାନ ମିଳିବ। ଶତ୍ରୁମାନେ ପରାଜିତ ହେବେ।
ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ମନ ଖୁସି ରହିବ। ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ।
କନ୍ୟା: ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ପାରିବାରିକ ଶାନ୍ତି ପାଇବେ।
ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସାଥିରେ ମିତ୍ରତା ବଢିବ।
ବିଛା: କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦ ଅଧିକାରୀଙ୍କ ସାଙ୍ଗରେ ବାଦବିବାଦ ଉପୁଜିପାରେ, ସତର୍କ ରହିବେ।ଗୁପ୍ତ ଶତ୍ରୁମାନେ ହଇରାଣରେ ପକାଇ ପାରନ୍ତି।ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ।
ଧନୁ: ମନ ଖୁସି ରହିବ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବ। ଶରୀରରେ ଆଘାତ ଲାଗିପାରେ।
ମକର: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବ୍ୟବସାୟ ସ୍ଥଳରେ ବାଦବିବାଦ ଉପୁଜିପାରେ। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସହଯୋଗ ପାଇବେ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ପରିବାରରେ ମତଭେଦ ହୋଇପାରେ।
ମୀନ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ ସହ ଭ୍ରମଣ ଯୋଗ ରହିଛି। ପରିବାରରେ ଶାନ୍ତି ପାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।