ମେଷ: ବ୍ୟବସାୟରେ ପରିଶ୍ରମ ଅନୁସାରେ ଲାଭ ପାଇବେ ନାହିଁ । ଦୂର ଯାତ୍ରା ଫଳପ୍ରଦ ହେବ ନାହିଁ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଭଲ କରିବେ ଓ କଳା ସଂସ୍କୃତିରେ ଯୋଗ ଦେବେ । ରାଜନୀତି କରୁଥିବା ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହେବେ ।
ବୃଷ : ନୂତନ ଅନୁଷ୍ଠାନ ଗଢିବା ପାଇଁ ସୁଯୋଗ ମିଳିବ ଓ ବନ୍ଧୁ ସାହାଯ୍ୟ କରିବେ । ବାକିପଡ଼ିଥିବା ଅର୍ଥ ଆଦାୟ ନ ହେବାରୁ ଚିନ୍ତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଅପମାନିତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ମିଥୁନ: ସନ୍ତାନମାନେ ପାଠ ପଢ଼ାରେ ଉନ୍ନତି କରିବା ସହିତ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଉନ୍ନତି କରିବା ସହିତ ଲାଭ ମଧ୍ୟ ପାଇବେ । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ।
କର୍କଟ: ସମସ୍ୟା ଦେଖାଯିବ, କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ସହିତ ଯାଆନ୍ତୁ, ନଚେତ ଅସୁବିଧାରେ ପଡିପାରନ୍ତି । ଛୋଟ କଥାକୁ ନେଇ କଳହ ଦେଖାଯିବ।
ସିଂହ : ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ଓ କର୍ମକ୍ଷେତ୍ରରେ ସଫଳତା ପାଇପାରିବେ। ପ୍ରେମପ୍ରଣୟ ଦିଗରୁ ଦିନଟି ଶୁଭ ରହିବ, ଅଟକି ଥିବା କାର୍ଯ୍ୟ ସମ୍ପନ୍ନ ହେବ । ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ ।
କନ୍ୟା : ବ୍ୟବସାୟୀମାନେ ଲାଭ ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ । କଳାସଂସ୍କୃତିରେ ମାନସମ୍ମାନ ବୃଦ୍ଧି ହେବ, ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । କୌଣସି କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ ହେବ, ସେଥିପାଇଁ ମନରେ ଅସ୍ଥିରତା ସୃଷ୍ଟି ହେବ।
ତୁଳା: ରାଜନୀତି କରୁଥିବା ବ୍ୟକ୍ତି ଅପମାନିତ ହେବେ। ବହୁଦିନରୁ ଅଟକିଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ରହିଛି । ବନ୍ଧୁଙ୍କ ଘରକୁ ଆଗମନ ହେବ । ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିବେ ।
ବିଛା: ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟରେ ସଫଳତା ପାଇପାରିବେ ଏବଂ ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ପ୍ରାପ୍ତି ହେବ।
ଧନୁ : କର୍ମକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବନ୍ଧୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେବେ । ଅଚାନକ ଧନ ପ୍ରାପ୍ତି ହେବ ଏବଂ ଜମି ଗୃହ କ୍ରୟ କରିବା ପାଇଁ ମନ ବଳାଇବେ ।
ମକର : ବନ୍ଧୁଙ୍କ ସହିତ ମତଭେଦ ହେବ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହେବ ନାହିଁ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ବ୍ୟସ୍ତବିବ୍ରତ ହେବେ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ, ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
କୁମ୍ଭ: ବ୍ୟବସାୟରେ ଅଚାନକ ଆୟ ବୃଦ୍ଧି ହେବ ଓ ଦୂରସ୍ଥାନକୁ ଯାତ୍ରା କଲେ ଲାଭପ୍ରଦ ହେବ । ଚାକିରି କ୍ଷେତ୍ରରେ ବଡ ପଦପଦବୀର ଲାଭ ମିଳିବ ଓ ମାନସମ୍ମାନ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ, ସୁସ୍ୱାଦୁ ଭୋଜନ କରିବେ।
ମୀନ: ପଡୋଶୀଙ୍କ ସହିତ ବାଦବିବାଦ ଯାହା ଥିଲା ଆଜି ସମାଧାନ ହେବ। କୌଣସି ନୂତନ କାର୍ଯ୍ୟ କରିବା ପାଇଁ ବ୍ୟସ୍ତ ରହିବେ, କିନ୍ତୁ ବ୍ୟବସାୟରେ ଲାଭ ପାଇବେ। ସନ୍ତାନ ମାନଙ୍କର କାର୍ଯ୍ୟକଳାପକୁ ଦେଖି ବାପାମା’ ବ୍ୟସ୍ତବିବ୍ରତ ହେବେ ।