ମେଷ: କର୍ମ ସଂସ୍ଥାନରେ ବିବାଦ ଦେଖା ଦେଇପାରେ। ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ।
ବୃଷ: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅଟକି ରହିଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ କରିବେ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ।
ମିଥୁନ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଅପମାନ ପାଇପାରନ୍ତି, ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହଯୋଗ ପାଇବେ।
କର୍କଟ: ବ୍ୟବସାୟରେ ଆୟ ଭଲ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ପାରିବାରିକ ଶାନ୍ତି ପାଇବେ।
ସିଂହ: ମାନ-ସମ୍ମାନ ପାଇବେ। ବ୍ୟବସାୟରେ ଅଧିକ ଲାଭ ହେବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।
କନ୍ୟା: କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ଉଚ୍ଚ ପଦାଧିକାରୀଙ୍କ ଠାରୁ ସମ୍ମାନିତ ହେବେ। ଆୟ ଅଧିକ ହେବ।
ତୁଳା: କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହ ମନାନ୍ତର ଘଟିପାରେ।
ବିଛା: ଆଜି ଦିନଟି ଭଲରେ କଟିବ। ଘରକୁ ଅତିଥି ଆସିପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ଧନୁ: ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଲାଭ ହେବ। ଦୂରସ୍ଥାନକୁ ଯାତ୍ରା କରିବେ।
ମକର: ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
କୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।
ମୀନ: ଆଜି ଦିନଟି ଭଲରେ କଟିବ। ବକେୟା ଅର୍ଥ ପ୍ରାପ୍ତ ହେବ। ସୁସମ୍ବାଦ ପ୍ରାପ୍ତି ହେବ।