୧୫ ନଭେମ୍ବର, ମଙ୍ଗଳବାର: ବନ୍ଧୁଙ୍କ ମାଧ୍ୟମରେ ପ୍ରତିବନ୍ଧକ ଦୂରେଇ ଯିବ

ମେଷ:  ଆର୍ଥିକ ଲାଭ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ। ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ରଶଂସନୀୟ ହେବେ ।

 ବୃଷ:  ସୁଖଶାନ୍ତିରେ ଦିନଟିକୁ ଅତିବାହିତ କରିବେ। ଆକସ୍ମିକ ଧନଲାଭର ସୁଯୋଗ ଆସିବ । ଶତୃମାନେ ପରାଜିତ ହେବେ । ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ ।

 ମିଥୁନ: ମନ ଅଶାନ୍ତି ରହିବ । ପରିବାରରେ କଳହ ଦେଖାଦେବ । ରୋଜଗାରରେ ସାମାନ୍ୟ ବାଧା ଦେଖାଦେଇପାରେ। ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିବ ନାହିଁ , କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି  ହେବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ।

 କର୍କଟ : ଚାକିରି କ୍ଷେତ୍ରରେ ଶୁଭଫଳ ପାଇବେ । ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ସୁଖ ପାଇବେ । ଉଚ୍ଚପଦାଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା ସହ ନୂଆ କାମ ନୂଆ ପ୍ରେରଣା ଦେବ ।

ସିଂହ: ବିଳମ୍ବ ହେଲେ ମଧ୍ୟ  ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

କନ୍ୟା: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ । ମାନସିକ, ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ।

ତୁଳା: କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସୂଚାରୁ ରୂପେ ତୁଲାଇପାରିବେ । ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ ।

ବିଚ୍ଛା:ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବା ସହ ଆଶାଜନକ ଲାଭ ପ୍ରାପ୍ତିହେବ। । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ ।  ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ।

ଧନୁ: ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇବେ ଓ ଆର୍ଥିକ ସ୍ଥିତି ସୁଦୃଢ ହେବ । ରାଜନୀତିରେ ମର୍ଯ୍ୟାଦାଜନକ ପରିସ୍ଥିତି ସୃଷ୍ଟି କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ସହ କର୍ମକ୍ଷେତ୍ରରେ ଶୁଭ ଖବର ପାଇ ଖୁସି ହେବେ ।

ମକର:  ବନ୍ଧୁଙ୍କ ମାଧ୍ୟମରେ ପ୍ରତିବନ୍ଧକ ଦୂରେଇ ଯିବ । କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ ।

କୁମ୍ଭ: କର୍ମକ୍ଷେତ୍ରରେ ଅର୍ଥ ଲାଭର ସୁଯୋଗ ଆସିବ । କିଛି କାରଣ ଯୋଗୁଁ କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ । ଅଯଥାରେ କାହା ସହ ଝଗଡା କରନ୍ତୁ ନାହିଁ  ।

 ମୀନ: କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିହେବ । ନୂତନ ଆୟ ପନ୍ଥା ପ୍ରାପ୍ତି ହେବାର ସୁଯୋଗ ଆସିବ । ପରିବାରରେ ଶାନ୍ତି ପାଇବେ । ବିଦ୍ୟାର୍ଥିମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।  ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।