ଅଗଷ୍ଟ ୧୬, ମଙ୍ଗଳବାର: କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ

ମେଷ: ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ଆର୍ଥିକ ଦିଗରୁ ଲାଭ ନ ହେଲେ ମଧ୍ୟ ବ୍ୟୟଭାର କମ୍ ହେବ । ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇ ଉଚିତ୍ ଲାଭ ପାଇବେ। ବୃଷ: ବୁଦ୍ଧିମତା କାରଣରୁ ଶତ୍ରୁମାନଙ୍କୁ ପରାସ୍ତ କରି ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ଦ୍ୱାରା ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ । ମିଥୁନ: ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ […]

RASI

  • Published: Tuesday, 16 August 2022
  • , Updated: 16 August 2022, 07:53 AM IST

ମେଷ: ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ଆର୍ଥିକ ଦିଗରୁ ଲାଭ ନ ହେଲେ ମଧ୍ୟ ବ୍ୟୟଭାର କମ୍ ହେବ । ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇ ଉଚିତ୍ ଲାଭ ପାଇବେ।

ବୃଷ: ବୁଦ୍ଧିମତା କାରଣରୁ ଶତ୍ରୁମାନଙ୍କୁ ପରାସ୍ତ କରି ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ଦ୍ୱାରା ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ ।

ମିଥୁନ: ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ। ପାରିବାରିକ ସମସ୍ୟାଗୁଡ଼ିକ ସମାଧାନ ହେବ। ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ ।
କର୍କଟ: ସରକାରୀ କାମରେ ସଫଳତା ପାଇବେ ଓ ଅଚାନକ ଭାବରେ ଧନ ଲାଭ ହେବ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ । ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।

ସିଂହ: ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ  । ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ ।

କନ୍ୟା: ସାମାଜିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ଶତ୍ରୁନାଶ ହେବା ସହ ପୁରାତନ ରୋଗପୀଡ଼ାର ଉପଶମ ହେବ ।ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ ଓ ବ୍ୟବସାୟରେ ଆର୍ଥିକ ସ୍ଥିତି ସୁଦୃଢ ହେବ ।

ତୁଳା: ଶାରିରୀକ ସୁସ୍ଥତା ଦେଖାଦେବା ସହ ମାନସିକ ଶାନ୍ତି ମିଳିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ଓ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ।

ବିଚ୍ଛା: ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟାଗୁଡ଼ିକ ସମାଧାନ ହେବ ଓ ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡିବ ।

ଧନୁ: ଦୀର୍ଘ ଦିନରୁ ଅଟକି ରହିଥିବା କାମ ଶେଷ ହେବ । ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢିପାରିବେ। କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍  ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ମନ ଭଲ ରହିବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ।  ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ ।

କୁମ୍ଭ: ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବା ସହ ସବୁଥିରେ ସଫଳତା ମିଳିବ । ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ଅତ୍ୟଧିକ ଲାଭ ହେବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ।

ମୀନ: କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷା ହେବା ସହ ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ।  କେତେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି।

Related story