RASI
ମେଷ:କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ହାନୀ ହୋଇପାରେ । ସତର୍କ ରହି କାର୍ଯ୍ୟ କରନ୍ତୁ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ ।
ବୃଷ:ଶାରିରୀକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ, କିନ୍ତୁ ଆଘାତ ଲାଗିପାରେ।
ମିଥୁନ: କର୍ମକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇପାରେ, ସତର୍କ ରୁହନ୍ତୁ । ଆୟ ବ୍ୟୟ ସମାନ ରହିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ ।
କର୍କଟ: ବିଭିନ୍ନ କ୍ଷେତ୍ରରୁ ଆୟର ସୁଯୋଗ ଆସିବ । କର୍ମକ୍ଷେତ୍ରରେ ବିବାଦ ଉପୁଜିବା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇବେ।
ସିଂହ: ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଦୁର୍ଘଟଣାର ଭୟ ରହିଛି । ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ ।
କନ୍ୟା:ବ୍ୟବସାୟରୁ ଅଧିକ ଲାଭ ପାଇବେ । କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ, ଶତ୍ରୁମାନେ ପରାଜିତ ହେବେ । ମାନସିକ ଶାନ୍ତି ଅନୁଭବ କରିବେ।
ତୁଳା:ବିଭିନ୍ନ କାରଣରୁ ମାନସିକ ଦୁଶ୍ଚିନ୍ତା ଲାଗି ରହିବ । ଶତ୍ରୁମାନେ ହଇରାଣ କରିପାରନ୍ତି, ସତର୍କ ରୁହନ୍ତୁ । ପରିବାରରେ ଅଶାନ୍ତି ଦେଖାଦେଇପାରେ।
ବିଛା:ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ପରିବାରରେ ଶାନ୍ତି ରହିବ ।
ଧନୁ: କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ । ବ୍ୟବସାୟରେ ଲାଭବାନ ହେବେ । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ ।
ମକର:ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ । ପାରିବାରିକ କଳହ ଯୋଗୁ ମାନସିକ ଅଶାନ୍ତି ଭୋଗ କରିବେ ।
କୁମ୍ଭ:ବକେୟା ଅର୍ଥ ପ୍ରାପ୍ତି ହେବ । ସୁଖାଦ୍ୟ ଭୋଜନ ସହ ଭ୍ରମଣ ଯୋଗ ମଧ୍ୟ ରହିଛି । ପରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ।
ମୀନ:ପରିବାରରେ ଶାନ୍ତିଶୃଙ୍ଖଳା ରହିବ । ବନ୍ଧୁବାନ୍ଧବଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହେବ । ଶାରିରୀକ ଓ ମାନସିକ ଶାନ୍ତି ପାଇବେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/RASI.jpg)