୧୬ ଏପ୍ରିଲ, ରବିବାର: ସମସ୍ତ ବାଧାକୁ ଏଡ଼ାଇ ଆଗକୁ ବଢ଼ିବେ

ମାନସିକସ୍ଥିତି ସୁଦୃଢ଼ ହେବ। ନୂତନ କାର୍ଯ୍ୟରେ ନିଶ୍ଚିତ ସଫଳତା ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। 

Representational Image

  • Published: Sunday, 16 April 2023
  • , Updated: 16 April 2023, 07:30 AM IST

ମେଷ: ସରକାରୀ ଚାକିରି କରୁଥିବା ଲୋକଙ୍କୁ ସଫଳତା ମିଳିବ। ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସାଙ୍ଗସାଥୀଙ୍କ ସହଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ିପାରେ। 

ବୃଷ: ସନ୍ତାନଙ୍କୁ ନେଇ ଶୁଭ ସମାଚାର ପାଇବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହୋଇଯିବ।

ମିଥୁନ: ନିଜର ସିଦ୍ଧାନ୍ତରେ ଅଟଳ ରହିବେ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ରାସ୍ତାରେ ଯା’ଆସ କରିବା ସମୟରେ ସତର୍କ ରହିବା ଆବଶ୍ୟକ।

କର୍କଟ: ନିଜ କାମରେ ମନ ଦେବେ। ବାଦବିବାଦ, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ ବିଜୟୀ ହେବେ। କୌଣସି ସହକର୍ମୀ ଆପଣଙ୍କୁ ଈର୍ଷା କରିପାରନ୍ତି।

ସିଂହ: ଶତ୍ରୁମାନେ କିଛି କ୍ଷତି ଘଟାଇ ପାରିବେ ନାହିଁ। ଧନପ୍ରାପ୍ତି ଯୋଗ ରହିଛି। ଉଚ୍ଚ ସମ୍ମାନ ପାଇବେ। ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ।

କନ୍ୟା: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବ। ମାନସିକ ଶାନ୍ତି ମିଳିବ। ପରିବାରରୁ ମନୋମାଳିନ୍ୟ ଦୂରେଇଯିବ। ଆର୍ଥିକ ସଙ୍କଟ ରହିବ ନାହିଁ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଭଲରେ ସମ୍ପନ୍ନ ହେବ।

ତୁଳା: ସମସ୍ତ ବାଧାକୁ ଏଡ଼ାଇ ଆଗକୁ ବଢ଼ିବେ। ସମସ୍ୟା ଗୁଡ଼ିକର ସମାଧାନ ହେବ। ପରିବାରରେ ହସଖୁସିରେ ବାତାବରଣ ରହିବ। ନିଜ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।

ବିଛା: ସାମାଜିକ କାର୍ଯ୍ୟରେ ଭାଗ ନେବେ। ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ। ଆର୍ଥିକ ଅଭିବୃଦ୍ଧି ହେବ। ନୂଆ ଯୋଜନା ଉପରେ କାର୍ଯ୍ୟ କଲେ ସଫଳତା ପାଇବେ। 

ଧନୁ: ଭାବିଚିନ୍ତି ସବୁ ନିଷ୍ପତ୍ତି ନେବେ। ବିଦେଶ ଯାତ୍ରାର ସୁଯୋଗ ମିଳିବ। ଘରେ ସୁଖଶାନ୍ତି ବଜାୟ ରହିବ। ଜାଗା, ଜମି ଓ ଦାମୀ ଗାଡ଼ି ଆଦି କ୍ରୟ କରିବା ପାଇଁ ମନ ବଳାଇବେ।

ମକର: ମାନସିକସ୍ଥିତି ସୁଦୃଢ ହେବ। ନୂତନ କାର୍ଯ୍ୟରେ ନିଶ୍ଚିତ ସଫଳତା ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀ ମାନେ  ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାର ଆଦିରେ ସଫଳ ହାସଲ କରିବେ।

କୁମ୍ଭ: ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ଉଦ୍ଦୀପନା ବୃଦ୍ଧି ପାଇବ। ବ୍ୟବସାୟରେ ସଫଳତା ହାସଲ କରିବା ସହ ବକେୟା  ଅର୍ଥ ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ। 

ମୀନ: କୌଣସି ସାମାଜିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ମିଛ ଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ସମାଜ ସେବାରେ ମନ ଦେବେ। ବ୍ୟବସାୟର ସ୍ଥିତି ସନ୍ତୋଷଜନକ ରହିବ। 

Related story