୧୬ ଅଗଷ୍ଟ, ରବିବାର: ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ମେଷ: ଅସୁସ୍ଥ ଅନୁଭବ କରିବେ। ସାମାନ୍ୟ ଘଟଣାକୁ ନେଇ ମିତ୍ରମାନେ ଶତ୍ରୁ ପରି ଆଚରଣ କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ବୃଷ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ମନ ଖୁସି ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ମିଥୁନ: ପରିବାରରେ ହସ ଓ ଖୁସିର ପରିବେଶ ରହିବ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ପିଲାମାନେ ମନ ଦେଇ ପାଠ ପଢ଼ିବେ। କର୍କଟ: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। […]

rashi

Jyoshna Pradhan
  • Published: Sunday, 16 August 2020
  • , Updated: 16 August 2020, 07:45 AM IST

ମେଷ: ଅସୁସ୍ଥ ଅନୁଭବ କରିବେ। ସାମାନ୍ୟ ଘଟଣାକୁ ନେଇ ମିତ୍ରମାନେ ଶତ୍ରୁ ପରି ଆଚରଣ କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

ବୃଷ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ମନ ଖୁସି ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ।

ମିଥୁନ: ପରିବାରରେ ହସ ଓ ଖୁସିର ପରିବେଶ ରହିବ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ପିଲାମାନେ ମନ ଦେଇ ପାଠ ପଢ଼ିବେ।

କର୍କଟ: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ସିଂହ: ଦ୍ୱନ୍ଦ୍ୱ ଭିତରେ ରହିବେ। କୌଣିସ ଗୁରୁତ୍ୱୂପର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଳସୁଆ ଅନୁଭବ କରିବେ।

କନ୍ୟା: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ନିଜ ମନ ମୁତାବକ କାର୍ଯ୍ୟ କରି ଆନନ୍ଦ ଲାଭ କରିବେ। ମାନ-ସମ୍ମାନ ମିଳିବ।  କୁକୁରକୁ ଖାଇବାକୁ ଦିଅନ୍ତୁ।

ବିଛା: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ଧନୁ: ଶରୀରରେ ଆଘାତ ଲାଗିପାରେ। ଜଗି ରଖି ଚଳନ୍ତୁ।  ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ମକର: ଆର୍ଥିକ ସ୍ଥିତି ଭଲ ରହିବ। ଆତ୍ମ ବିଶ୍ୱାସ ବଢ଼ିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

କୁମ୍ଭ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଟକି ରହିଥିବା କାର୍ଯ୍ୟ ଶେଷ କରିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ମୀନ: ସ୍ଥିରତା ଅବଲମ୍ବନ କରନ୍ତୁ ସମସ୍ୟା ଧୀରେ ଧୀରେ ଦୂରେଇ ଯିବ। ମହିଳାମାନେ ଗୃହର ସାଜସଜ୍ଜା ପ୍ରତି ଧ୍ୟାନ ଦେବେ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

Related story