୧୬ ଡିସେମ୍ବର, ଶୁକ୍ରବାର: ପିଲାଙ୍କ ଆଚରଣ ଯୋଗୁ ଦୁଃଖିତ ରହିବେ

ମେଷ : ପିଲାମାନଙ୍କ ଆଚରଣ ଦେଖି ବାପାମା’ ଦୁଃଖ କରିବେ।   ଦାମ୍ପତ୍ୟ ଜୀବନ ସୁଖମୟ ରହିବ କିନ୍ତୁ ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଭାତୃ ବିବାଦ ଦୁରେଇଯିବା ସହିତ ଖୁସି ଖବର ପ୍ରାପ୍ତି ହେବ  । ବୃଷ  : ପାରିବାରିକ କଳହ ଦେଖାଯିବ, ଜଗିରଖି ଚାଲିବାକୁ ହେବ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ ଓ ବ୍ୟବସାୟରେ କ୍ଷତି ସହିପାରନ୍ତି। ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବେ ଏବଂ ଘରକୁ ବନ୍ଧୁଙ୍କର ଆଗମନ ହେବ। ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା […]

RASI

  • Published: Friday, 16 December 2022
  • , Updated: 16 December 2022, 07:33 AM IST

ମେଷ : ପିଲାମାନଙ୍କ ଆଚରଣ ଦେଖି ବାପାମା’ ଦୁଃଖ କରିବେ।   ଦାମ୍ପତ୍ୟ ଜୀବନ ସୁଖମୟ ରହିବ କିନ୍ତୁ ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଭାତୃ ବିବାଦ ଦୁରେଇଯିବା ସହିତ ଖୁସି ଖବର ପ୍ରାପ୍ତି ହେବ  ।

ବୃଷ  : ପାରିବାରିକ କଳହ ଦେଖାଯିବ, ଜଗିରଖି ଚାଲିବାକୁ ହେବ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ ଓ ବ୍ୟବସାୟରେ କ୍ଷତି ସହିପାରନ୍ତି। ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବେ ଏବଂ ଘରକୁ ବନ୍ଧୁଙ୍କର ଆଗମନ ହେବ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ। ଯେଉଁ ବିଷୟ ସକାଶେ କିଛି ଦିନ ହେବ ଚିନ୍ତିତ ରହିଛନ୍ତି ସେଥିରେ ଶୁଭଫଳ ମିଳିବ।  ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କର୍କଟ: ସାମାଜିକ ପ୍ରତିଷ୍ଠା ସହ ପ୍ରତ୍ୟେକ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ । ଅପରାହ୍ନରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ, ବନ୍ଧୁ ଦର୍ଶନର ସୁଯୋଗ ଅଛି ।

ସିଂହ: ବିଳମ୍ବିତ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସାଧିତ ହେବ, ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବ୍ୟବସାୟ କିମ୍ବା ପରିବହନରେ ଲାଭବାନ ହେବେ, ଶରୀର ସୁସ୍ଥ ରହିବ ।

କନ୍ୟା : ବ୍ୟବସାୟୀମାନେ ଲାଭ ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ । କଳାସଂସ୍କୃତିରେ ମାନସମ୍ମାନ ବୃଦ୍ଧି ହେବ, ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ଭ୍ରମଣ ଯୋଗ ସହିତ ସୁସ୍ୱାଦୁ ଭୋଜନ କରିବେ।

ତୁଳା : ହସଖୁସିରେ ସମୟ ଅତିବାହିତ କରିବେ ଓ ସୁସ୍ୱାଦୁ ଭୋଜନ କରିବେ। ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି, ନୂଆ ବ୍ୟବସାୟ ପାଇଁ ମନ ବଳାଇବେ । ବ୍ୟବସାୟରେ ଲାଭ ପାଇପାରିବେ ।  ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ବିଛା : ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଚାକିରିର ସୁଯୋଗ ମିଳିବାରୁ ମନ ଖୁସି ରହିବ । ଆଗରୁ ଯେଉଁ ସମସ୍ୟା ଥିଲା ତାହା ଦୂର ହେବା ସହିତ ନୂଆ ଖୁସି ଖବର ପ୍ରାପ୍ତି ହେବ । ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ।

ଧନୁ  : ପାରିବାରିକ ସମସ୍ୟା ସୃଷ୍ଟି ହେବାରୁ ମନରେ ଉତ୍ତେଜନା ବୃଦ୍ଧି ହେବ। ବହୁଦିନର କଥାକୁ ନେଇ ପଡୋଶୀଙ୍କ ସହିତ ବାଦବିବାଦ ଦେଖାଯିବ।  ସନ୍ତାନମାନଙ୍କର ପାଠପଢାକୁ ନେଇ ବାପାମା’ ଖୁସି ହେବେ ।

ମକର  : ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ପାରିବାରିକ ଅଶାନ୍ତି ସୃଷ୍ଟି ହେବ । ସନ୍ତାନମାନଙ୍କର କାର୍ଯ୍ୟକଳାପ ବାପାମା’ଙ୍କ ମନରେ କଷ୍ଟ ଦେବ। ନିର୍ମାଣାଧୀନ କାର୍ଯ୍ୟ ଶେଷ କରିବା ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି ।

କୁମ୍ଭ : ବ୍ୟବସାୟରେ ଲାଭ ପାଇପାରିବେ ଓ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ବହୁଦିନରୁ ପଡିଥିବା କାର୍ଯ୍ୟରେ ସଫଳତା ପାଇବେ ଓ ଭୂମି, ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ମାନସମ୍ମାନ ପ୍ରାପ୍ତି ହେବ।

ମୀନ : ବ୍ୟବସାୟୀମାନଙ୍କର ବ୍ୟୟ ଭାବ ବଢ଼ିବାରୁ ମନ ଅଶାନ୍ତ ରହିବ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ  ନିଯୁକ୍ତିର ସୁଯୋଗ ମିଳିବାରୁ ମନ ଖୁସି ରହିବ।

Related story