ମେଷ: କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ଏବଂ ବାକିପଡ଼ିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବେ ଓ ସୁସ୍ୱାଦୁ ଭୋଜନ କରିବେ । ରାଜନୀତି କରୁଥିବା ବ୍ୟକ୍ତି ଦୂରସ୍ଥାନକୁ ଯାତ୍ରା କରିବେ ଓ ଅଚାନକ ଅର୍ଥପ୍ରାପ୍ତି ହେବ ।
ବୃଷ : ସନ୍ତାନମାନଙ୍କର ସ୍ୱାସ୍ଥ୍ୟକୁ ନେଇ ବାପା ମାଆ ଚିନ୍ତାରେ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ପୂଜାପୁଜିରେ ସମୟ ବିତାଇବେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଓ ଅର୍ଥଲାଭ ହେବ।
ମିଥୁନ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଏବଂ ଅଯଥାରେ ଅର୍ଥ ବ୍ୟୟ ହେବ । କର୍ମକ୍ଷେତ୍ରରେ ଗୁପ୍ତଶତ୍ରୃ ଅସୁବିଧାରେ ପକାଇପାରନ୍ତି । ଦୂରସ୍ଥାନକୁ ସାବଧାନତା ସହିତ ଯାତ୍ରା କରନ୍ତୁ । ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ବାଧାବିଘ୍ନ ଦେଖାଯିବ ଓ ଚାକିରି କ୍ଷେତ୍ରକୁ ନେଇ ଚିନ୍ତାରେ ରହିବେ।
କର୍କଟ: ବ୍ୟବସାୟରେ ଲାଭ ମିଳିବ ଓ ବାକିପଡ଼ିଥିବା ଅର୍ଥ ଆଦାୟ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବ ଏବଂ ଦୂରସ୍ଥାନକୁ ଗଲାବେଳେ ସାବଧାନତାର ସହିତ ଯାଆନ୍ତୁ ।
ସିଂହ: ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ସରକାରୀ କାମରେ ସଫଳତା ପାଇବେ ଓ ଅଚାନକ ଭାବରେ ଧନ ଲାଭ ହେବ । ଶରୀର ଭଲ ରହିବା ସହ ନୂତନ କର୍ମପ୍ରାପ୍ତି ହୋଇପାରେ ।
କନ୍ୟା: ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ । ସନ୍ତାନର ସୁଖବର ଶୁଣି ଖୁସି ହେବେ ଓ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।
ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।
ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।
ଧନୁ:ନୂତନ ବ୍ୟବସାୟ ଆରମ୍ଭ କରିବେ ଓ ବନ୍ଧୁଙ୍କର ସହଯୋଗ ପାଇବେ। ସ୍ୱାସ୍ଥ୍ୟରେ ଅବନତି ଦେଖାଯିବାରୁ ମନ ଭଲ ରହିବ ନାହିଁ । ରାଜନୀତିରେ ଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ ।
ମକର: ବ୍ୟବସାୟରେ ଲାଭ ପାଇବାରୁ ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ଦୂରସ୍ଥାନକୁ ଯାତ୍ରା କରିବା ସହିତ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବ ଓ ସୁସ୍ୱାଦୁ ଭୋଜନ କରିବେ ।
କୁମ୍ଭ: ଭୟ ଓ ଆଶଙ୍କା ଲାଗି ରହିଥିଲେ ମଧ୍ୟ ଶେଷରେ ସଫଳତା ହାସଲ କରିବେ। ବହୁ ପ୍ରତିକ୍ଷୀତ ଶୁଭ ସମାଚାର ମିଳିବାର ସମ୍ଭାବନା ଅଧିକ ରହିଛି, ଉଦାର ଓ ଦାନଶୀଳ ହେବେ । ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।
ମୀନ: ଆଜି ଏପରି କାର୍ଯ୍ୟ ନ କରନ୍ତୁ, ଯେଉଁଥିପାଇଁ ପରେ ଅନୁତାପ କରିବାକୁ ପଡିପାରେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ, ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ, କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।