୧୬ ଜୁନ୍, ଗୁରୁବାର: ବ୍ୟବସାୟ ବାଣିଜ୍ୟରେ ଭଲ ଆୟ ହେବ

ମେଷ: ବ୍ୟବସାୟ ବାଣିଜ୍ୟରେ ଭଲ ଆୟ ହେବ। ମହିଳା ଓ ଛାତ୍ରଛାତ୍ରୀ ମାନେ ହସଖୁସିରେ ଦିନଟିକୁ ଅତିବାହିତ କରିବେ। ଯାନବାହାନ ଚଳାଚଳ ବେଳେ ସତର୍କ ରୁହନ୍ତୁ। ବୃଷ: ଆୟ, ବ୍ୟୟ ସମାନ ରହିବ। ପରିବାରରେ କୌଣସି କାରଣରୁ କଳହ ସ୍ଥିତି ଉପୁଜିବା ଯୋଗୁ ମନ ଅଶାନ୍ତ ରହିବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ। ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ଦୂରଯାତ୍ରା ଭ୍ରମଣର ସୂଯୋଗ ଆସିପାରେ। କିଛି କାରଣ ଯୋଗୁ ମାନସିକ ଅସାନ୍ତି ଦେଖା ଦେଇପାରେ […]

RASI

Tapaswini Nayak
  • Published: Thursday, 16 June 2022
  • , Updated: 16 June 2022, 07:45 AM IST

ମେଷ: ବ୍ୟବସାୟ ବାଣିଜ୍ୟରେ ଭଲ ଆୟ ହେବ। ମହିଳା ଓ ଛାତ୍ରଛାତ୍ରୀ ମାନେ ହସଖୁସିରେ ଦିନଟିକୁ ଅତିବାହିତ କରିବେ। ଯାନବାହାନ ଚଳାଚଳ ବେଳେ ସତର୍କ ରୁହନ୍ତୁ।

ବୃଷ: ଆୟ, ବ୍ୟୟ ସମାନ ରହିବ। ପରିବାରରେ କୌଣସି କାରଣରୁ କଳହ ସ୍ଥିତି ଉପୁଜିବା ଯୋଗୁ ମନ ଅଶାନ୍ତ ରହିବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ।

ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ଦୂରଯାତ୍ରା ଭ୍ରମଣର ସୂଯୋଗ ଆସିପାରେ। କିଛି କାରଣ ଯୋଗୁ ମାନସିକ ଅସାନ୍ତି ଦେଖା ଦେଇପାରେ ।

କର୍କଟ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କର ବିଶୃଙ୍ଖଳା କାର୍ଯ୍ୟକଳାପ ଯୋଗୁ ବିବାଦ ଉପୁଜିପାରେ। ସତର୍କ ରୁହନ୍ତୁ। ଯାନବାହାନ ଚଳାଚଳ କଲାବେଳେ ସତର୍କ ରୁହନ୍ତୁ। ଆଘାତ ଲାଗିପରେ।

ସିଂହ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଇଚ୍ଛିତ ଅଭିଳାଷ ପୂର୍ଣ୍ଣ ହେବା ଯୋଗୁ ମନରେ ଶାନ୍ତି ଆସିବ। ପରିବାରରେ ସୁଖ ଶାନ୍ତି  ପାଇବେ।

କନ୍ୟା: କର୍ମକ୍ଷେତ୍ରରେ ପ୍ରସଂଶିତ ହେବେ। ନୁତନ ମୂଲ୍ୟବାନ ଦ୍ରବ୍ୟ ଘର ପାଇଁ କ୍ରୟ କରିପାରନ୍ତି। କିନ୍ତୁ ପରିବାର ବିଶୃଙ୍ଖଳା ପରିସ୍ଥିତି ଯୋଗୁଁ ମନ ଅଶାନ୍ତ  ରହିବ।

ତୁଳା: ମନ ଭିତରେ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବାରୁ ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢାଇବେ। ବହୁ ଦିନର ବନ୍ଧୁଙ୍କ ସହିତ ମିଳନ ହେବ।

ବିଛା: ଆକସ୍ମିକ ଭାବରେ ଧନଲାଭ ହେବ। ବ୍ୟବସାୟରେ ଲାଭ ପାଇପାରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ସମାଜ ସେବା କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି।

ଧନୁ: ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଚଲାନ୍ତୁ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ଅପମାନିତ ହେବେ।

ମକର: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ। ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ।

କୁମ୍ଭ: ବ୍ୟବସାୟୀମାନଙ୍କର ଅର୍ଥହାନୀ ଘଟିବ। ବେକୟା ଅର୍ଥ ପ୍ରାପ୍ତି ପାଇଁ ବିବାଦ ହେବ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ମିଳିବ। ମିଡିଆ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ।

ମୀନ: ଘରକୁ ବନ୍ଧୁଙ୍କ ଆଗମନ ହେବ। ବ୍ୟବସାୟରେ ଅର୍ଥଲାଭ ମିଳିବ। ଗୁପ୍ତଶତ୍ରୁଙ୍କର କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ମାନ ସମ୍ମାନ ଏବଂ ପ୍ରଂଶସିତ ହେବେ।

 

 

Related story