ମେଷ: ଦୂରସ୍ଥାନକୁ ଯାତ୍ରା କରିବା ସହିତ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ବ୍ୟବସାୟରେ ଲାଭ ପାଇବେ ଏବଂ ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ଓ ପୂଜାପୁଜିରେ ଅଧିକ ସମୟ କାଟିବେ ।
ବୃଷ: କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅପବାଦ ମିଳିବାର ସମ୍ଭାବନା ରହିଛି । ନୂତନ ଅନୁଷ୍ଠାନ ପାଇଁ ଅର୍ଥର ଅଭାବ ଅସୁବିଧା ହେତୁ ମନ ଭଲ ରହିବ ନାହିଁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛୋଟ କଥାକୁ ନେଇ କଳହ ହେବ ଏବଂ ସ୍ୱାସ୍ଥ୍ୟ ଖରାପ ରହିବ ।
ମିଥୁନ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାରୁ ମାନସମ୍ମାନ ପ୍ରାପ୍ତି ହେବ । ବ୍ୟବସାୟରେ ଲାଭ ପାଇବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ । ନୂଆ ବନ୍ଧୁଙ୍କ ସହିତ ମିଳନ ହେବ ଓ ସୁସ୍ୱାଦୁ ଭୋଜନ କରିବେ ।
କର୍କଟ: ଚାକିରି କ୍ଷେତ୍ରରେ ପରିଶ୍ରମ ଅନୁସାରେ ସଫଳତା ପାଇବେ ଓ ପଦୋନ୍ନତି ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ଘରକୁ ଅତିଥିଙ୍କର ଆଗମନ ହେବ ।ବ୍ୟବସାୟରେ ଆଗ ଅପେକ୍ଷା ଆୟ ଅଧିକ ହେବାରୁ ମନ ଖୁସି ରହିବ ।
ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ ।
କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।
ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।
ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।
ମକର : ପାରିବାରିକ କଳହ ହେବାରୁ ମନରେ ଅସ୍ଥିରତା ବୃଦ୍ଧି ହେବ ଓ ଅଳସୁଆପଣ ଦେଖାଯିବ। ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବେ ଓ ଘରକୁ ବନ୍ଧୁଙ୍କର ଆଗମନ ହେବ । ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସଫଳତା ପାଇବେ ।
କୁମ୍ଭ: ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଅଚାନକ ଅର୍ଥର ଆବଶ୍ୟକ ହେବାରୁ ବନ୍ଧୁ ସାହାଯ୍ୟ କରିବେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଛୋଟ କଥାକୁ ନେଇ ଅଶାନ୍ତି ବୃଦ୍ଧି ହେବ । ପିଲାମାନଙ୍କର ସ୍ୱଭାବ ଆଚରଣ ବାପା ମାଆଙ୍କ ମନରେ କଷ୍ଟ ଦେବ।
ମୀନ: ବାକିପଡ଼ିଥିବା ଅର୍ଥ ଆଦାୟ ହେବ ଏବଂ ନିର୍ମାଣଧୀନ କାର୍ଯ୍ୟ ଆଗେଇ ଚାଲିବ । ନୂଆ ବ୍ୟବସାୟ ପାଇଁ ମନ ବଳାଇବେ ଓ ବନ୍ଧୁଙ୍କ ସହିତ ମିଳନ ହେବ । ସନ୍ତାନ ମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବାରୁ ବାପାମା’ ଖୁସି ହେବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।