୧୭ ଅଗଷ୍ଟ, ବୁଧବାର: ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତି ଶୁଭଫଳ ପାଇବେ

ମେଷ : ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା ତାହା ସମାଧାନ ହେବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ ।  ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ହୋଇ ଯାଆନ୍ତୁ । ଖୁସିରେ ସମୟ ଅତିବାହିତ କରିବେ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ  । ବୃଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନ ସୁଖପ୍ରଦ ହେବ। ବହୁଦିନର ସମସ୍ୟାକୁ ନେଇ ବନ୍ଧୁଙ୍କ ସହିତ ଅଶାନ୍ତି ସୃଷ୍ଟି ହେବ […]

RASI

RASI

Niharika Rout
  • Published: Wednesday, 17 August 2022
  • Updated: 17 August 2022, 07:50 AM IST

Sports

Latest News

ମେଷ : ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା ତାହା ସମାଧାନ ହେବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ ।  ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ହୋଇ ଯାଆନ୍ତୁ । ଖୁସିରେ ସମୟ ଅତିବାହିତ କରିବେ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ  ।

ବୃଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନ ସୁଖପ୍ରଦ ହେବ। ବହୁଦିନର ସମସ୍ୟାକୁ ନେଇ ବନ୍ଧୁଙ୍କ ସହିତ ଅଶାନ୍ତି ସୃଷ୍ଟି ହେବ । ସାଂସ୍କୃତିକ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ।

ମିଥୁନ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଓ ବ୍ୟବସାୟରେ ଅର୍ଥଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ, ସୁସ୍ୱାଦୁ ଭୋଜନ କରିବେ । ବହୁଦିନରୁ ବାକି ପଡ଼ିଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।

କର୍କଟ: ପାରିବାରିକ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ। କର୍ମକ୍ଷେତ୍ରରେ ସଫଳତା ପାଇବେ ଓ ମାନସମ୍ମାନ ପ୍ରାପ୍ତି ହେବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।

ସିଂହ : କୌଣସି କାର୍ଯ୍ୟ କରିବା ଆଗରୁ ଭାବିଚିନ୍ତି କରନ୍ତୁ । ନଚେତ୍ ଠକାମିରେ ପଡିପାରନ୍ତି।  ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ନାହିଁ, ଯାହା ଫଳରେ ମନ ଅଶାନ୍ତି ରହିବ । କଳା ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ ଓ ମାନସମ୍ମାନ ପାଇବେ ।

କନ୍ୟା: କାର୍ଯ୍ୟଦକ୍ଷତାକୁ ଦେଖି ବନ୍ଧୁମାନେ ପ୍ରଶଂସା ଓ ସାହାଯ୍ୟ କରିବା ପାଇଁ କଥା ଦେବେ। କର୍ମକ୍ଷେତ୍ରରେ  ଅସୁବିଧାରେ ପଡ଼ି ପାରନ୍ତି ଓ ଅପଦସ୍ତ ହୋଇପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ ।

ତୁଳା: ପରିବାରରେ ସୁଖ ଶାନ୍ତି ପୂର୍ବ ପରି ଅତୁଟ ରହି । ଠକାମୀରେ ପଡ଼ିବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ, ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବ୍ୟବସାୟରେ କୋଣସି ଚୁକ୍ତି ସ୍ବାକ୍ଷରିତ କରିବା ପୂର୍ବରୁ ବୁଝିବିଚାରି କରନ୍ତୁ।

ବିଛା:ବହୁଦିନର ଆଶା ଅଭିଳାଷ ପୁରଣ ହେବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ମହିଳାମାନେ ଆମୋଦ ପ୍ରମୋଦରେ ଦିନଟି କାଟିବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ।  ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କେହି ଜଣେ ସହୃଦୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବେ ।  ବିଦ୍ୟାର୍ଥୀମାନେ ପଢାପଢ଼ାରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।

ମକର:  ଭଲ କଥା କହିଲେ ମଧ୍ୟ ପରିବାର ସଦସ୍ୟ ତାହାକୁ ଭୁଲ୍ ବିଚାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି କାମ କରିବା ଓ କହିବା ଭଲ ହେବ। ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ  ।

କୁମ୍ଭ : ପ୍ରତ୍ୟେକ କାମରେ ସଫଳତା ପାଇବେ ଓ ମାନସମ୍ମାନ ବୃଦ୍ଧି ହେବ । ବହୁଦିନରୁ ଆଶା କରିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ଅଯଥା ଖର୍ଚ୍ଚ ବୃଦ୍ଧି ହେବ।

ମୀନ: ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ ନାହିଁ । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥ ବ୍ୟୟ ହେବ। ପାରିବାରିକ ସମସ୍ୟା ଯାହା ଥିଲା ସମାଧାନ ହେବାରୁ ମନ ଖୁସି ରହିବ । ଗଣମାଧ୍ୟମରେ କାର୍ଯ୍ୟରତ  ବ୍ୟକ୍ତି ଶୁଭଫଳ ପାଇବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos