୧୭ ସେପ୍ଟେମ୍ବର, ଶନିବାର: ଯାନବାହନରେ ଯିବା ବେଳେ ଆଘାତ ଲାଗିପାରେ

ମେଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅଧିକ ହେବ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ । କ୍ରୀଡା, କଳା, ସାହିତ୍ୟ  ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି। ବୃଷ: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ, ସତର୍କ ରୁହନ୍ତୁ। ବିବାଦ ଉପୁଜିପାରେ, ଶତ୍ରୁମାନେ ହଇରାଣ କରିପାରନ୍ତି । ଯାନବାହନରେ ଚଳାଚଳ କଲାବେଳେ ସାବଧାନ ରୁହନ୍ତୁ, ଆଘାତ ଲାଗିପାରେ । ମିଥୁନ: ନୂଆ ବିଚାର ଆପଣଙ୍କ ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ । ବ୍ୟବସାୟରେ ଜୀବନସାଥୀଙ୍କ […]

RASI

  • Published: Saturday, 17 September 2022
  • , Updated: 17 September 2022, 07:48 AM IST

ମେଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅଧିକ ହେବ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ । କ୍ରୀଡା, କଳା, ସାହିତ୍ୟ  ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।

ବୃଷ: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ, ସତର୍କ ରୁହନ୍ତୁ। ବିବାଦ ଉପୁଜିପାରେ, ଶତ୍ରୁମାନେ ହଇରାଣ କରିପାରନ୍ତି । ଯାନବାହନରେ ଚଳାଚଳ କଲାବେଳେ ସାବଧାନ ରୁହନ୍ତୁ, ଆଘାତ ଲାଗିପାରେ ।

ମିଥୁନ: ନୂଆ ବିଚାର ଆପଣଙ୍କ ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ । ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ, ପ୍ରେମ ବ୍ୟାପାର ଲାଗି ଦିନଟି ଭଲ ରହିବ । ଅପରାହ୍ନରେ  ଜଗିରଖି ଚଳନ୍ତୁ । ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ ।

କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ, ପାରିବାରିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ, ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ । ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ, ନିର୍ମାଣାଧୀନ କାର୍ଯ୍ୟକୁ ତ୍ୱରାନ୍ୱିତ କରି କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ।

ସିଂହ:  ଆଜି ଆପଣ କୌଣସି କାର୍ଯ୍ୟକୁ ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି, ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ, ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ ।  ବହୁଦିନର ପ୍ରତିକ୍ଷିତ ଶୁଭ ଖବର ଶୁଣିପାରନ୍ତି ଯାହା ଫଳରେ ମନ ଆନନ୍ଦିତ ହେବ।

କନ୍ୟା: ଦିନଟି ଆପଣଙ୍କ ଲାଗି ଠିକଠାକ୍ ରହିବ, ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ, ଅଚାନକ ଧନପ୍ରାପ୍ତି ସହ ପାରିବାରିକ ଜୀବନ ସୁଖମୟ ହେବ । ମହିଳାମାନେ ଆନନ୍ଦ ଉଲ୍ଲାସରେ ସମୟ କାଟିବେ, ଛାତ୍ରଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ।

ତୁଳା: ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ରହିବେ । ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ କିନ୍ତୁ ସଫଳତା ପାଇବେ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜସେବାରେ ମନ ବଳାଇବେ ।

ବିଚ୍ଛା:  କୌଣସି କଥାକୁ ନେଇ ନିଜ ସମ୍ପର୍କୀୟଙ୍କ ସହିତ ମନୋମାଳିନ୍ୟ ହେବ ।  ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ।  ଅପରାହ୍ନ ପରେ ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମ୍ମାନ ମିଳିବ ।

ଧନୁ: କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗିରଖି ରହିବାକୁ ପଡିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଦୂରସ୍ଥାନକୁ ଯାତ୍ରା କଲାବେଳେ  ସତର୍କତାର ସହ  ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ମକର: ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ଦୂରସ୍ଥାନକୁ ଯାତ୍ରା କରିବେ ଓ ବ୍ୟବସାୟରେ ଉନ୍ନତି କରିବେ । ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ।

କୁମ୍ଭ :କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦେବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ବାଦବିବାଦ, କ୍ରିଡା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତାମୂଳକ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ ।

ମୀନ: ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବାହ୍ୟ ଦେଶକୁ ଯାତ୍ରା କରିପାରିବେ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ଶତୃମାନେ ପରାଜିତ ହେବା ଫଳରେ ମାନସିକ ଅଶାନ୍ତି ଦୂରେଇଯିବ।

Related story