Advertisment

୧୭ ଏପ୍ରିଲ, ସୋମବାର: ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଲୋଚିତ ହେବେ

ଶାରିରୀକ ଅସୁସ୍ଥତା ଦୂର ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ । ସନ୍ତାନର ସୁ-ଖବର ଶୁଣି ଖୁସି ହେବେ।

author-image
Niharika Rout
Rashi

Rashi

ମେଷ: ସମସ୍ତ କ୍ଷେତ୍ରରେ ସଫଳତା ମିଳିବା ସହ ମାନସିକ ଶାନ୍ତି ପାଇବେ । କର୍ମକ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବା ସହ ସମ୍ମାନର ଅଧିକାରୀ ହେବେ । ପରିବାରରେ ଶାନ୍ତିଶୃଙ୍ଖଳା ବୃଦ୍ଧି ହେବା ସହ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ ।

Advertisment

ବୃଷ: ଶାରିରୀକ ଅସୁସ୍ଥତା ଦୂର ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ । ସନ୍ତାନର ସୁ-ଖବର ଶୁଣି ଖୁସି ହେବେ ଓ ପାରିବାରିକ ଜୀବନ ସୁଖମୟ ହେବ। ମିତ୍ରଙ୍କ ସାହାଯ୍ୟ ସହଯୋଗ ପାଇ ଜାଗା, ଜମି କ୍ରୟ କରିବାର ସୁବିଧା ପାଇବେ।

ମିଥୁନ: ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଆବଶ୍ୟକ ।

Advertisment

କର୍କଟ: ସରକାରୀ କ୍ଷେତ୍ରରେ ସଫଳତା ମିଳିବା ସହ ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ। ବ୍ୟବସାୟୀମାନେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ବେପରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଲୋଚିତ ହେବେ ।

ସିଂହ: ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନ ଥିବା କାମକୁ କରି ପାରିବେ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ ।

କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ। କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟାଳୟ କିମ୍ବା କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।

ତୁଳା: ଅର୍ଥଲାଭ ସହ ସମସ୍ୟା ସମାଧାନ ପାଇଁ ଦିନଟି ଅନୁକୂଳ ରହିବ। ଖଳ କଥାରେ ପ୍ରଭାବିତ ହୋଇ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।

ବିଛା: ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଯୋଗୁ ଅସନ୍ତୁଷ୍ଟ ରହି ପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ। କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ। ଆଜି ଦିନଟି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ ।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । କରଜଦାତାଙ୍କ ଚାପ ପଡ଼ିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ଚତୁରତାର ସହ ସାମ୍ନା କରି କୃତକାର୍ଯ୍ୟ ହେବେ ।

ମକର: ସମାଜ ସେବାରେ ସ୍ଵନାମ ଅର୍ଜନ କରିବା ସହ କର୍ମକ୍ଷେତ୍ରରେ ଉନ୍ନତି ହେବ। ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବା ଫଳରେ ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦଭାବନା ବୃଦ୍ଧି ହେବ।

କୁମ୍ଭ: ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବା ସହ ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ। ପାରିବାରିକ କ୍ଷେତ୍ରରେ ଅନେକ କାର୍ଯ୍ୟର ସମାଧାନ ହୋଇ ଶାନ୍ତି ବିରାଜମାନ କରିବ ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଖୁସିହେବେ।

ମୀନ: ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ।

Astrology Daily Horoscope