୧୭ ଅଗଷ୍ଟ, ଗୁରୁବାର: ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ସୁଧାର ଆସିବ

କୌଣସି ସମସ୍ୟା ପାଇଁ ମନରେ ଅସ୍ଥିରତା ବୃଦ୍ଧି ହେବ ଓ ଅଳସୁଆପଣ ଲାଗିରହିବ । ପରିବାରରେ ଅଶାନ୍ତି ସୃଷ୍ଟି ହେବାରୁ ମନ ଭଲ ରହିବ ନାହିଁ ।

Representational Image

  • Published: Thursday, 17 August 2023
  • , Updated: 17 August 2023, 07:45 AM IST

ମେଷ: ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବା ସହ ସୁସ୍ୱାଦୁ ଭୋଜନ କରିବେ। ନୂଆ ବନ୍ଧୁଙ୍କ ସହିତ ମିଳନ ହେବ ଓ କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ । ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ।

ବୃଷ: କୌଣସି ସମସ୍ୟା ପାଇଁ ମନରେ ଅସ୍ଥିରତା ବୃଦ୍ଧି ହେବ ଓ ଅଳସୁଆପଣ ଲାଗିରହିବ । ପରିବାରରେ ଅଶାନ୍ତି ସୃଷ୍ଟି ହେବାରୁ ମନ ଭଲ ରହିବ ନାହିଁ । ବ୍ୟବସାୟରେ ଆଶାନୁସାରେ ଲାଭ ମିଳିବ ନାହିଁ ।

ମିଥୁନ: ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ସୁଧାର ଆସିବାରୁ ମନ ଖୁସି ରହିବ ଓ ବନ୍ଧୁଙ୍କର ଆଗମନ ହେବ । ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ଅଶାନୁସାରେ ଫଳ ମିଳିବ ଓ ଚାକିରି କ୍ଷେତ୍ରରେ ଉନ୍ନତି ହେବ । ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟ ପାଇଁ ଶୁଭଖବର ମିଳିବ।

କର୍କଟ: ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନଯୋଗ ଦେଇ ଅଧୁରା କାର୍ଯ୍ୟ ପୂରଣ କରିବେ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ ଓ ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।

ସିଂହ: ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ସରକାରୀ କାମରେ ସଫଳତା ପାଇବେ ଓ ଅଚାନକ ଭାବରେ ଧନ ଲାଭ ହେବ । ଶରୀର ଭଲ ରହିବା ସହ ନୂତନ କର୍ମପ୍ରାପ୍ତି ହୋଇପାରେ ।

କନ୍ୟା: ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ । ସନ୍ତାନର ସୁଖବର ଶୁଣି ଖୁସି ହେବେ ଓ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।

ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।

ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।

ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ମନ ଭଲ ରହିବ ଓ ଶତୃମାନେ ଦୂର ହେବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ ।

ମକର: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ ଏବଂ କର୍ମକ୍ଷେତ୍ରରେ ଗୁପ୍ତଶତ୍ରୃ ବୃଦ୍ଧି ହେବେ । ବ୍ୟବସାୟରେ ଲାଭ ନ ମିଳିବାରୁ ମନ ଭଲ ରହିବ ନାହିଁ । କିନ୍ତୁ ବନ୍ଧୁ ସାହାଯ୍ୟ କରିବେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ ।

କୁମ୍ଭ: ବ୍ୟବସାୟରେ ଲାଭ ପାଇବେ ଏବଂ ପରିବାରରେ ହସଖୁସିରେ ସମୟ କାଟିବେ। ରାଜନୀତିରେ ଥିବା ବ୍ୟକ୍ତିଙ୍କ ପାଇଁ ଅଚାନକ ଅର୍ଥ ଲାଭ ହେବ । ପିଲାମାନେ ପାଠପଢ଼ାରେ ଉନ୍ନତି ସହିତ ଚାକିରି କ୍ଷେତ୍ରରେ ସଫଳତା ପାଇବେ ।

ମୀନ: ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ଶୁଭଫଳ ପାଇବେ । ବ୍ୟବସାୟରେ ଲାଭ ପାଇବେ ଓ ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ବହୁଦିନରୁ ଅଟକିଥିବା କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ ।

Related story