୧୭ ଡିସେମ୍ବର, ଶୁକ୍ରବାର; ମନ ଅସ୍ଥିର ରହିବ

ମେଷ: ପରିବାରରେ ମନୋମାଳିନ୍ୟ ଦେଖାଯିବ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ବୃଷ: ପରିବାରରେ ଭାତୃ ବିବାଦ ଦେଖାଦେଇପାରେ। ଆଜି ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇପାରନ୍ତି। ମିଥୁନ: ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।  ଅପ୍ରିୟ ସତ୍ୟକଥା କହିବା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ। ସିଂହ: ମନ ଅସ୍ଥିର ରହିବ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି […]

RASI

Tapaswini Nayak
  • Published: Friday, 17 December 2021
  • , Updated: 17 December 2021, 07:48 AM IST

ମେଷ: ପରିବାରରେ ମନୋମାଳିନ୍ୟ ଦେଖାଯିବ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ।

ବୃଷ: ପରିବାରରେ ଭାତୃ ବିବାଦ ଦେଖାଦେଇପାରେ। ଆଜି ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇପାରନ୍ତି।

ମିଥୁନ: ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।  ଅପ୍ରିୟ ସତ୍ୟକଥା କହିବା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ।

ସିଂହ: ମନ ଅସ୍ଥିର ରହିବ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ।

କନ୍ୟା: ଘରକୁ ଅତିଥି ଆସିପାରନ୍ତି। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆୟ ଅପେକ୍ଷା ବ୍ୟୟ  ହେବ।

ତୁଳା: ଅର୍ଥଲାଭ ହେବ। ସମସ୍ତ ସମସ୍ୟାର ସମାଧାନ ହୋଇଯିବ। କାହା କଥାରେ ପ୍ରଭାବିତ ହୋଇ କିଛି ଗୋଳମାଳିଆ ସ୍ଥିତି ସୃଷ୍ଟି କରିପାରନ୍ତି।

ବିଛା: ମନ ଅଶାନ୍ତ ରହିବ। ନୀରବ ରୁହନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଭଲ ଅଛି।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ ସାମ୍ନା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅଗ୍ନି, ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ।

କୁମ୍ଭ: ସମସ୍ତ ଦିଗରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ସାଧାରଣ କଥାକୁ ନେଇ  ଚିନ୍ତିତ ରହିପାରନ୍ତି। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

ମୀନ: ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇ ଆନନ୍ଦିତ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ, କିନ୍ତୁ ହଇରାଣ କରିପାରିବେ ନାହିଁ।

 

Related story