୧୭ ଫେବ୍ରୁଆରୀ, ଗୁରୁବାର: ଚାକିରିରେ ପଦୋନ୍ନତି ହୋଇପାରେ

ମେଷ: ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ପୂର୍ବରୁ ଯୋଜନା କରିଥିବା କାର୍ଯ୍ୟ ସମ୍ପାଦାନ କରିବେ। ପରିବାରରେ ଶାନ୍ତି ମିଳିବ। ବୃଷ: କାର୍ଯ୍ୟକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ପରିବାରରେ ସାମାନ୍ୟ କଥାରେ ବଚସା ହୋଇପାରେ। ମିଥୁନ: ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିବ। ଚାକିରିରେ ପଦୋନ୍ନତି ହୋଇପାରେ। ସୁସ୍ୱାଦୁ ଭୋଜନ କରିବେ। ବନ୍ଧୁ ମିଳିନ ହେବ। କର୍କଟ: ଆର୍ଥିକ କ୍ଷତି ଯୋଗୁ ମାନସିକ ଅଶାନ୍ତି ଦେଖାଦେବ। ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। […]

RASI

Tapaswini Nayak
  • Published: Thursday, 17 February 2022
  • , Updated: 17 February 2022, 07:52 AM IST

ମେଷ: ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ପୂର୍ବରୁ ଯୋଜନା କରିଥିବା କାର୍ଯ୍ୟ ସମ୍ପାଦାନ କରିବେ। ପରିବାରରେ ଶାନ୍ତି ମିଳିବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ପରିବାରରେ ସାମାନ୍ୟ କଥାରେ ବଚସା ହୋଇପାରେ।

ମିଥୁନ: ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିବ। ଚାକିରିରେ ପଦୋନ୍ନତି ହୋଇପାରେ। ସୁସ୍ୱାଦୁ ଭୋଜନ କରିବେ। ବନ୍ଧୁ ମିଳିନ ହେବ।

କର୍କଟ: ଆର୍ଥିକ କ୍ଷତି ଯୋଗୁ ମାନସିକ ଅଶାନ୍ତି ଦେଖାଦେବ। ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। ପରିବାରରେ ବାଦ ବିବାଦ ଲାଗିପାରେ।

ସିଂହ: ଅଟକିରହିଥିବା କାର୍ଯ୍ୟକୁ ସମ୍ପନ୍ନ କରିବେ। ବ୍ୟବସାୟରେ ଆଶାଠୁ ଅଧିକ ଲାଭବାନ ହେବେ। ପରିବାରରେ ମାନସିକ ଶାନ୍ତି ରହିବ।

କନ୍ୟା: ବିଭିନ୍ନ କାରଣରୁ ମାନସିକ ଅଶାନ୍ତି ଦେଖାଦେବ। କାର୍ଯ୍ୟକ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ଛୋଟ ଛୋଟ କଥାରେ ପରିବାରରେ ବିବାଦ ଉପୁଜିପାରେ।

ତୁଳା: କ୍ଳାନ୍ତି ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇ ପାରେ।

ବିଛା: ପୂର୍ବରୁ ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ଭଲ ଲାଭ କରିବେ। ପରିବାର ଏବଂ ବନ୍ଧୁମାନଙ୍କ ସହ ଅଧିକ ସମୟ ବିତାଇବେ।

ଧନୁ: ବ୍ୟବସାୟ ବାଣିଜ୍ୟକୁ ନେଇ ଚିନ୍ତା କରିବେ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ଦୂରଯାତ୍ରା କରିପାରନ୍ତି।

ମକର: କାର୍ଯ୍ୟକ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ପରିବାରରେ କଳହ ଦେଖାଦେଇପାରେ।

କୁମ୍ଭ: ବ୍ୟବସାୟରେ ଲାଭ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପରିବାରରେ ସୁଖ ଶାନ୍ତି ପାଇବେ ।

ମୀନ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂରେଇ ଯିବ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ। ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ। ସ୍ୱାସ୍ଥ୍ୟରେ ଉନ୍ନତ୍ତି ଆସିବ।

 

Related story