୧୭ ଜୁନ୍‌, ଶୁକ୍ରବାର: ମହିଳାମାନେ ସ୍ୱାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

ମେଷ:  ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅର୍ଥଜନୀତ ସମସ୍ୟା ଯୋଗୁଁ ମନ ଅଶାନ୍ତ ରହିବ। ମହିଳାମାନେ ଚିନ୍ତିତ ରହିବେ  । ବୃଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ। ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି। ଆର୍ଥିକ ସ୍ଥତି ମଧ୍ୟ ଭଲ ରହିବ। ମିଥୁନ: ବ୍ୟବସାୟ ବାଣିଜ୍ୟରେ ଆୟ ତୁଳନାରେ ବ୍ୟୟ ଅତ୍ୟଧିକ ହେବା ଯୋଗୁଁ ମନ ଅଶାନ୍ତି ରହିବ। ନିଜର ମନପସନ୍ଦର ଦ୍ରବ୍ୟହାନୀ ହୋଇପାରେ । ମହିଳାମାନେ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି […]

RASI

Niharika Rout
  • Published: Friday, 17 June 2022
  • , Updated: 17 June 2022, 07:50 AM IST

ମେଷ:  ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅର୍ଥଜନୀତ ସମସ୍ୟା ଯୋଗୁଁ ମନ ଅଶାନ୍ତ ରହିବ। ମହିଳାମାନେ ଚିନ୍ତିତ ରହିବେ  ।

ବୃଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ। ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି। ଆର୍ଥିକ ସ୍ଥତି ମଧ୍ୟ ଭଲ ରହିବ।

ମିଥୁନ: ବ୍ୟବସାୟ ବାଣିଜ୍ୟରେ ଆୟ ତୁଳନାରେ ବ୍ୟୟ ଅତ୍ୟଧିକ ହେବା ଯୋଗୁଁ ମନ ଅଶାନ୍ତି ରହିବ। ନିଜର ମନପସନ୍ଦର ଦ୍ରବ୍ୟହାନୀ ହୋଇପାରେ । ମହିଳାମାନେ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରି ଥାଆନ୍ତି ।

କର୍କଟ: କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଦ୍ୱାରା ସମ୍ମାନ ପାଇବେ । ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହେବ। ମହିଳାମାନେ ସୁଖ ଶାନ୍ତିରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ।

ସିଂହ: ଦୂରଯାତ୍ରାର ସୁଯୋଗ ଆସିବା ସହ ବନ୍ଧୁବାନ୍ଧବଙ୍କ ସହ ମିଳନ ହେବ। ନୂତନ କର୍ମପନ୍ଥା ମିଳିପାରେ, ଚେଷ୍ଟା କରନ୍ତୁ । କିଛି କାରଣରୁ ମାନସିକ ଅଶାନ୍ତି ଦେଖା ଦେଇପାରେ ।

କନ୍ୟା: ନିଜର କିଛି ଭୁଲ କାର୍ଯ୍ୟ ଯୋଗୁଁ ନିଜେ ଅନୁତପ୍ତ ହେବେ। କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ, ସତର୍କ ରୁହନ୍ତୁ । ମହିଳାମାନେ ଧର୍ମପରାୟଣ ହେବେ।

ତୁଳା: ଆଜି ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ହାତକୁ ନେଇଥିବା ଯୋଜନାଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ। ଦିନର ଦ୍ୱିତୀୟାର୍ଦ୍ଧରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍ ସମାଧାନ ହୋଇଯିବ ।

ବିଛା :  ଆଜି କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ସାହାଯ୍ୟ ସହଯୋଗ ପାଇ ମନ ପ୍ରଫୁଲ୍ଲିତ ରହିବ। ମହିଳାମାନେ ଘରେ, ବାହାରେ ସବୁଠି ଆଦର, ସମ୍ମାନ ପାଇବେ । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। ଛାତ୍ରଛାତ୍ରୀମାନେ ସମସ୍ତ ଦିଗରେ ବିଜୟୀ ହେବେ।

ଧନୁ: ଆଜି  ଜଗି ରଖି ଚଳନ୍ତୁ। ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ। କଚେରି ମାମଲା ପାଇଁ ଆଇନ ବିଶେଷଜ୍ଞଙ୍କ ପାଖକୁ ଦୌଡି ପାରନ୍ତି।

ମକର: ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ପରିବାରରେ ଖୁସିର ବାତାବରଣ ଖେଳିଯିବ।

କୁମ୍ଭ: କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।

ମୀନ: ଘରକୁ ଅତିଥି ଆସିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ବନ୍ଧୁ ପ୍ରତିଶ୍ରୁତି ଦେବେ।

Related story