୧୭ ମାର୍ଚ୍ଚ,ରବିବାର: ଶୁଭ ଖବର ମିଳିବ

ମେଷ: କୌଣସି କଥାକୁ ନେଇ ଆଜି ଚିନ୍ତିତ ରହିବେ। ଫଳରେ ଖାଦ୍ୟପେୟ ଓ ନିଦରେ ଅନିୟମିତତା ଦେଖାଦେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ମଧ୍ୟମ ଧରଣର ରହିବ। ମନର ଶାନ୍ତି ପାଇଁ ଆଧ୍ୟାତ୍ମିକ ଉପାୟ ଅବଲମ୍ବନ କରନ୍ତୁ।

ବୃଷ:  ଚିନ୍ତାମୁକ୍ତ ରହିବେ। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ। ଆଜି ଆପଣଙ୍କ ପୂରା ଦିନଟି ଆନନ୍ଦରେ କଟିବ।

ମିଥୁନ: ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ।

କର୍କଟ: ସାଙ୍ଗସାଥୀ, ବନ୍ଧୁବାନ୍ଧବ ଓ ପରିବାରର ସଦସ୍ୟଙ୍କ ସହିତ ଦିନଟି କଟାଇବେ। ସୁସ୍ୱାଦୁ ଭୋଜନ ଖାଇବେ। ଶୁଭ ଖବର ପାଇବେ। ଆର୍ଥିକ ଲାଭ ମିଳିବ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। କଥା ଓ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଚିନ୍ତାମଗ୍ନ ରହିବେ। ଖର୍ଚ୍ଚ ବଢ଼ିପାରେ। ସବୁ କଥାକୁ ଭଲ ଭାବେ ଶୁଣନ୍ତୁ, ନହେଲେ ଭୁଲ ବୁଝାମଣା ହୋଇପାରେ।

କନ୍ୟା: ସମାଜରେ ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। ଆଜି ଦିନଟି ସାଙ୍ଗସାଥୀ ତଥା ବୟସ୍କ ବ୍ୟକ୍ତିଙ୍କ ସହ କଟିବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ଉଭୟ ଘରେ ଓ କାର୍ଯ୍ୟ କ୍ଷେତ୍ରରେ ଭଲ ବାତାବରଣ ରହିବ। ଫଳରେ ମନ ପ୍ରସନ୍ନ ରହିବ। ଚାକିରି କରିଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି।

ବିଛା: ଅଳସୁଆ ଅନୁଭବ କରିବେ। ଉଚ୍ଚ ପଦାଧିକାରୀଙ୍କ ବ୍ୟବହାର ଆପଣଙ୍କ ପ୍ରତି ନକାରାତ୍ମକ ରହିବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ।

ଧନୁ: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। କଫ ତଥା ପେଟ ଜନିତ ଯନ୍ତ୍ରଣା ଆପଣଙ୍କ ଚିନ୍ତା ବଢ଼ାଇବ। ହଠାତ୍‌ କୌଣସି ରୋଗ ଆପଣଙ୍କ ଚିନ୍ତାର କାରଣ ହୋଇପାରେ।

ମକର: ମନୋରଞ୍ଜନରେ ଦିନଟି କଟିବ। ଧନଲାଭ ଯୋଗ ଅଛି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଶା ମୁତାବକ ଲାଭ ପାଇବେ। କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଭଲ ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କଠୁ ସାହାଯ୍ୟ ମିଳିବ। କୌଣସି ଖୁସି ଖବର ମିଳିପାରେ। ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ।

ମୀନ: ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ପେଟରେ ଯନ୍ତ୍ରଣା ହୋଇପାରେ। ମନରେ ଭୟ ରହିବ। ମାନସିକ ସନ୍ତୁଳନ ରକ୍ଷା କରନ୍ତୁ।