୧୭ ନଭେମ୍ବର, ଗୁରୁବାର: ନୂତନ ବ୍ୟବସାୟ ଆରମ୍ଭ କରିବେ

ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ ଉନ୍ନତି ହେବା ସହ ପ୍ରଚୁର ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ବାଦବିବାଦଠାରୁ ଦୂରେଇ ରହିବା ଉଚିତ ।

ବୃଷ: ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ ଓ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାକ୍ଷେତ୍ରରେ ଉନ୍ନତି ହେବ । ବନ୍ଧୁ ମିତ୍ରଙ୍କ ଆର୍ଥିକ ସହାୟତାରେ ନୂତନ ବ୍ୟବସାୟ ଆରମ୍ଭ କରିବେ। ପାରିବାରିକ ଜୀବନରେ କ୍ରୋଧକୁ ଦମନ କରିପାରିଲେ ହସଖୁସିର ବାତାବରଣ ସୃଷ୍ଟି ହେବ ।

ମିଥୁନ: ରାଜନୀତି କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇପାରନ୍ତି। ପରିବାରରେ ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ।

କର୍କଟ: କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରତି କ୍ଷେତ୍ରରେ ବିଫଳ ହେବେ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତାର ସହ ଯାତାୟାତ କରିବା ଉଚିତ୍।

ସିଂହ: ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ପର୍କ ଦୃଢ ହେବ ଓ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ।

କନ୍ୟା:  ଆର୍ଥିକ ଦିଗ ବହୁତ ଶକ୍ତିଶାଳୀ ହେବ ।  ବିବାହ ଯୋଗ୍ୟ ସନ୍ତାନର ବିବାହ ବିଷୟରେ ଆଲୋଚନା ହୋଇପାରେ । ପାରିବାରିକ ଶାନ୍ତି ମିଳିବ । ମହିଳା ଓ ପିଲାମାନେ ଖୁସିରେ ଦିନ ଅତିବାହିତ କରିବେ  ।

ତୁଳା: ସାଙ୍ଗମାନଙ୍କୁ ଅଧିକ ବିଶ୍ୱାସ କଲେ ବ୍ୟବସାୟ କାର୍ଯ୍ୟର ଗତି ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ବିଚ୍ଛା: ସାଧାରଣ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ଆଗରେ ନତମସ୍ତକ ହେବେ । ଦାମୀ ଯାନ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବା ପାଇଁ ମନ ବଳେଇପାରନ୍ତି । ଦାମ୍ପତ୍ୟ ସଂପର୍କରେ ପରସ୍ପର ପ୍ରତି ସମର୍ପିତ ହେବେ।

ଧନୁ: ସମ୍ପତ୍ତି ପ୍ରସଙ୍ଗରେ ସଫଳତା ମିଳିବା ସହ କ୍ୟାରିଅରରେ ବିଶେଷ ସଫଳତା ପାଇବେ । ସକାରାତ୍ମକ ଚିନ୍ତା ମନକୁ ଆସିବା ଫଳରେ ଘରେ ସୁଖ ଶାନ୍ତିର ପରିବେଶ ରହିବ । ଅନ୍ୟ ପ୍ରଭାବରେ ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନେବାଠାରୁ ଦୂରେଇ ରୁହନ୍ତୁ ।

ମକର: କର୍ମକ୍ଷେତ୍ରରେ ପଦୋନ୍ନତି ପାଇଁ ଟିକେ ଚିନ୍ତିତ ହୋଇପାରନ୍ତି । ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲଗେଇଲେ ଆର୍ଥିକ ସମସ୍ୟା ଦୂର ହୋଇଯିବ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।

କୁମ୍ଭ: ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଓ ବ୍ୟବସାୟରେ ଆଶାତୀତ ଲାଭବାନ ହେବେ । ମାଲିକମାନେ ଆପଣଙ୍କ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

ମୀନ: ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ ସମ୍ପର୍କ ମଜବୁତ ହେବ । ସମସ୍ତ ପ୍ରୟାସ ଫଳପ୍ରଦ ହେବା ଫଳରେ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ପ୍ରତି ଇର୍ଷା କରିପାରନ୍ତି  । ଅଧ୍ୟୟନରେ ଆପଣ ଭଲ ଲାଭ ପାଇବେ ଓ ଭବିଷ୍ୟତ ଯୋଜନାରେ ଟଙ୍କା ବିନିଯୋଗ କରିପାରନ୍ତି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।