୧୮ ଅଗଷ୍ଟ, ଗୁରୁବାର: ପାରିବାରିକ ଅଶାନ୍ତି ସୃଷ୍ଟି ହେବ

ମେଷ: ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ଓ ବନ୍ଧୁଙ୍କର ଆଗମନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସୁସ୍ୱାଦୁ ଭୋଜନ କରିବେ । ଦୂରସ୍ଥାନକୁ ଗଲାବେଳେ ସାବଧାନତାର ସହିତ ଯାଆନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ।

ବୃଷ: ପାରିବାରିକ ଅଶାନ୍ତି ସୃଷ୍ଟି ହେବ । ଯାହାଫଳରେ ମାନସିକ ଦୁଶ୍ଚିନ୍ତା ବଢ଼ିଯିବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ, ନୂତନ ନିଯୁକ୍ତି ମିଳିବ । ବ୍ୟବସାୟରେ ବ୍ୟୟ ଭାର ବୃଦ୍ଧି ହେବାରୁ ମନ ଭଲ ରହିବ ନାହିଁ।

ମିଥୁନ: ବାକି ପଡ଼ିଥିବା ଅର୍ଥ ଆଦାୟ ହେବ । ପ୍ରତ୍ୟେକ କାମରେ ସଫଳତା ପାଇବେ । ଦୂର ସ୍ଥାନକୁ ଭ୍ରମଣ ଯୋଗ ରହିଛି । ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ ।

କର୍କଟ: ସାର୍ବଜନୀନ ସମ୍ପର୍କରେ ବିକଶିତ ହେବା ସହ ଆର୍ଥିକ ସ୍ଥିତି ବଦଳିଯିବ । ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗରେ ଅଧା ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଆତ୍ମବିଶ୍ୱାସ ବଢ଼ିବା ଫଳରେ ସମସ୍ତ କାର୍ଯ୍ୟ ସହଜ ସରଳ ଉପାୟରେ ସମାଧାନ ହୋଇଯିବ।

ସିଂହ: ସନ୍ତାନଙ୍କ ମଙ୍ଗଳ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ।  ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଉଚିତ।

କନ୍ୟା: ସାମାଜିକ ପତିଆରା ଅମଳିନ ରହିବା ସହ ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ସବୁ ସ୍ୱପ୍ନ ସାକାର ହେବ । ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇ ପାରନ୍ତି ।

ତୁଳା: ସହକର୍ମୀଙ୍କ ସହାୟତା, ବନ୍ଧୁ ମିତ୍ରମାନଙ୍କ ସମର୍ଥନ ପାଇ ଶତ୍ରୁମାନଙ୍କୁ ପରାସ୍ତ କରିବେ । ବ୍ୟବସାୟୀମାନେ କଠିନ ପରିଶ୍ରମ କରି ଆଶାନୁରୂପ ଲାଭବାନ୍ ହେବେ । ରାଜନୈତିକ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ।

ବିଚ୍ଛା: ବ୍ୟବସାୟୀମାନେ ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ  । ପରିବାରରେ ଆର୍ଥିକ ସଙ୍କଟ ଦୂରେଇ ଯାଇ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ  ।

ଧନୁ: ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ମାନସିକ ଦୁଶ୍ଚିନ୍ତା ଦୂରହେବ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇ ବାଦବିବାଦର ଅବସାନ ଘଟିବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହୋଇ ସଫଳତା ମିଳିବ ।

ମକର: ବହୁଦିନର ବନ୍ଧୁଙ୍କ ସହିତ ମିଳନ ହେବ ଓ କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ନିର୍ବାହ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜସେବାରେ ମନ ବଳାଇବେ । ବ୍ୟବସାୟରେ କ୍ଷତି ହେବାରୁ ମନ ଭଲ ରହିବ ନାହିଁ ଓ ସ୍ୱାସ୍ଥ୍ୟହାନୀ ହେବ ।

କୁମ୍ଭ : ପରିବାର ସହିତ ଆଜି ପରିଭ୍ରମଣ ଯୋଗ ରହିଛି । ପ୍ରିୟଜନଙ୍କ ସହଯୋଗରେ ବ୍ୟବସାୟରେ ଆର୍ଥିକ ଲାଭ ପାଇବେ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମ୍ମାନ ମିଳିବ ।

ମୀନ: ବ୍ୟବସାୟୀମାନଙ୍କର ବ୍ୟୟ ଭାର ବଢ଼ିବାରୁ ମନ ଅଶାନ୍ତ ରହିବ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ରହିଛି । ପଡୋଶୀଙ୍କ କଥାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।