୧୮ ଏପ୍ରିଲ, ସୋମବାର: ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ

ମେଷ: ଶରୀର ସୁସ୍ଥ ରହିବ। ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରଭାବ ଆଚରଣ କରିବେ। ବୃଷ: କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ମିଥୁନ: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। କର୍କଟ: ପଡ଼ୋଶୀଙ୍କ ସହିତ ମଧୁର ସଂପର୍କ ରହିବ। ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା […]

RASI

Tapaswini Nayak
  • Published: Monday, 18 April 2022
  • , Updated: 18 April 2022, 08:01 AM IST

ମେଷ: ଶରୀର ସୁସ୍ଥ ରହିବ। ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରଭାବ ଆଚରଣ କରିବେ।

ବୃଷ: କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କଠିନ ପରିଶ୍ରମ କରି ପ୍ରଶଂସା ପାଇବେ।

ମିଥୁନ: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ।

କର୍କଟ: ପଡ଼ୋଶୀଙ୍କ ସହିତ ମଧୁର ସଂପର୍କ ରହିବ। ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍।

ସିଂହ: ନୂତନ ଗୃହ ର୍ନିମାଣ କରିବାର ଯୋଜନା କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ।

କନ୍ୟା: ସନ୍ତାନମାନଙ୍କ ଭବିଷ୍ୟତ ଚିନ୍ତା କରି ଶାନ୍ତି ପାଇବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।

ତୁଳା: ଶରୀର ସୁସ୍ଥ ରହିବ। ସମସ୍ତ ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ସୃଷ୍ଟି ହେବ। ଆୟର ସ୍ରୋତ ବୃଦ୍ଧି ହେବା ଫଳରେ ର୍ନିମାଣାଧୀନ କାମ ପୂର୍ଣ୍ଣାଙ୍ଗ ହେବ।

ବିଚ୍ଛା: ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଆଶାନୁରୂପ ଫଳ ପାଇବେ। ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ରାଜନୀତିରେ ସଫଳତା  ପାଇବେ।

ଧନୁ: ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଆର୍ଥିକସ୍ଥିତି ଭଲ ରହିବ। ରାଜନୈତିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇ ଆଶା ଆକାଂକ୍ଷା ପୂର୍ଣ୍ଣହେବ।

ମକର: କର୍ମ ନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହେବ। ମନଶାନ୍ତ ରହିବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା କ୍ଷମତା ଓ ପ୍ରତିପତ୍ତି ବିସ୍ତାର କରି ପାରିବେ।

କୁମ୍ଭ: ଶିକ୍ଷାକ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ। ସହକର୍ମୀମାନଙ୍କର ସହଯୋଗ ପାଇ କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ।

ମୀନ: ରାଜନୀତିରେ ସଫଳତା ମିଳିବ। ଘରକୁ ଅତିଥି ଆସିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

 

 

Related story