ମେଷ: ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ । ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ସହକର୍ମୀ ଓ ପଦାଧିକାରୀମାନେ ସାହାଯ୍ୟ ସହଯୋଗ କରିବେ। ଯେ କୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ପରିବାରର ଉନ୍ନତି ହେବ।
ବୃଷ : ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବା ସହ କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।
ମିଥୁନ: ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଯଶସ୍ଵୀ ହେବେ । ସହଯୋଗୀମାନଙ୍କ ଯୋଗୁ ସମସ୍ତ ଜରୁରୀ କାର୍ଯ୍ୟ ସଂପାଦନ ହେବା ଫଳରେ ପ୍ରଶଂସା ପାଇବେ । କିନ୍ତୁ ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିପାରେ।
କର୍କଟ: ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଭଲ ରହିବ ଓ ଅଟକି ଥିବା ଧନ ମିଳିଯିବ । ପରିବାରରେ ନିଜର ଲୋକମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବାସହ କ୍ରୀଡ଼ାବିଦ୍ମାନେ ପ୍ରଶଂସିତ ହେବେ ।
ସିଂହ: ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ସରକାରୀ କାମରେ ସଫଳତା ପାଇବେ ଓ ଅଚାନକ ଭାବରେ ଧନ ଲାଭ ହେବ । ଶରୀର ଭଲ ରହିବା ସହ ନୂତନ କର୍ମପ୍ରାପ୍ତି ହୋଇପାରେ ।
କନ୍ୟା: ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ । ସନ୍ତାନର ସୁଖବର ଶୁଣି ଖୁସି ହେବେ ଓ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।
ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।
ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।
ଧନୁ: ନୂତନ ବ୍ୟବସାୟ ଆରମ୍ଭ କରିବେ ଓ ବନ୍ଧୁଙ୍କର ସହଯୋଗ ପାଇବେ। ସ୍ୱାସ୍ଥ୍ୟରେ ଅବନତି ଦେଖାଯିବାରୁ ମନ ଭଲ ରହିବ ନାହିଁ । ରାଜନୀତିରେ ଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ ।
ମକର: ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ରାଜନୀତିରେ କିଛି ନୂଆ ସୁଯୋଗ ଆସିବାସହ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ ।
କୁମ୍ଭ: ସହକର୍ମୀ ଓ ଅଧସ୍ତନ କର୍ମୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ବ୍ୟବସାୟୀମାନଙ୍କର କାରବାର ବଢ଼ିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ପ୍ରଶଂସିତ ହେବେ ।
ମୀନ: ପୈତୃକ ସମ୍ପତ୍ତି ପାଇଁ ଲାଗି ରହିଥିବା ପାରିବାରିକ ଦ୍ଵନ୍ଦ ଦୂର ହେବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରି ପାରିବେ । ବାଦବିବାଦ, ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ ।