୧୮ ଡିସେମ୍ବର, ଶୁକ୍ରବାର: ନୂତନ କାର୍ଯ୍ୟ ଆରମ୍ଭ କଲେ ବିପଦରେ ପଡ଼ିପାରନ୍ତି

ମେଷ: ସୁସମ୍ବାଦ ପାଇବେ। କେତେକ ଯୋଜନା ସଫଳ ହେବା କାରଣରୁ ମନ ଭଲ ରହିବ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇ ପାରନ୍ତି। ବୃଷ: ମିତ୍ରଙ୍କଠାରୁ ସାହାଯ୍ୟ ପାଇ ଅଟକି ରହିଥିବା କାର୍ଯ୍ୟକୁ ଚାଲୁ କରି ପାରିବେ। ପ୍ରିୟଜନଙ୍କ ଉଚିତ୍ ପରାମର୍ଶ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ। ଦାମ୍ପତ୍ୟ ସୁଖ ବଜାୟ ରହିବ। ମିଥୁନ: ଅନେକ ସମସ୍ୟାର ସମାଧାନ ହେବ। ପରିବାରରେ ହସଖୁସିର଼ ବାତାବରଣ ରହିବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ମନ ଦେବେ। […]

hhhhhhhhhhhhhh

hhhhhhhhhhhhhh

Tapaswini Nayak
  • Published: Friday, 18 December 2020
  • Updated: 18 December 2020, 07:42 AM IST

Sports

Latest News

ମେଷ: ସୁସମ୍ବାଦ ପାଇବେ। କେତେକ ଯୋଜନା ସଫଳ ହେବା କାରଣରୁ ମନ ଭଲ ରହିବ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇ ପାରନ୍ତି।

ବୃଷ: ମିତ୍ରଙ୍କଠାରୁ ସାହାଯ୍ୟ ପାଇ ଅଟକି ରହିଥିବା କାର୍ଯ୍ୟକୁ ଚାଲୁ କରି ପାରିବେ। ପ୍ରିୟଜନଙ୍କ ଉଚିତ୍ ପରାମର୍ଶ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ। ଦାମ୍ପତ୍ୟ ସୁଖ ବଜାୟ ରହିବ।

ମିଥୁନ: ଅନେକ ସମସ୍ୟାର ସମାଧାନ ହେବ। ପରିବାରରେ ହସଖୁସିର଼ ବାତାବରଣ ରହିବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ମନ ଦେବେ। କାହାରି ପାଖରେ ମୁଣ୍ଡ ନଇଁବ ନାହିଁ।

କର୍କଟ: ସମସ୍ତ ସମସ୍ୟାର ସମାଧାନ କରି ସତ୍ୟର ସାମ୍ନା କରିବାକୁ ପଡ଼ିବ। ଗୃହରେ ଶୁଭ କାର୍ଯ୍ୟର ଶୁଭାରମ୍ଭ ହୋଇପାରେ।
କଳା,ସାହିତ୍ୟରେ ସଫଳତା ହାସଲ କରିବେ।

ସିଂହ: ବ୍ୟବସାୟରେ ଶତ୍ରୁମାନେ ପରାଜିତ ହେବେ। ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ମାନେ ସାହାଯ୍ୟ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଅସୁବିଧା ଘଟିପାରେ।

କନ୍ୟା: ସନ୍ତାନଙ୍କ ସହିତ ଜଡ଼ିତ କୌଣସି ମହତ୍ୱପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହେବ। ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ ଓ ଆଶାତୀତ ଲାଭ ପାଇବେ। କର୍ମକ୍ଷେତ୍ରରେ କୌଣସି ଶୁଭ ସମାଚାର ଶୁଣି ପାରନ୍ତି।

ତୁଳା: ଆୟ ବଢାଇବା ପାଇଁ ବହୁତ ପ୍ରୟାସ କରିବେ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିଯିବ। ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି।

ବିଛା: ସାହିତ୍ୟ ଓ କଳା କ୍ଷେତ୍ରରେ ଆଗ୍ରହ ବଢ଼ିବ। ପ୍ରିୟଜନ ମାନେ ନିକଟତର ହେବା ଫଳରେ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ହେବେ।

ଧନୁ: ସମାଜରେ ଥିବା ପତିଆରା ଅମଳିନ ରହିବ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସହ ମାନସିକ ସ୍ଥିରତା ଦେଖାଦେବ। ଅଧିକ ସଞ୍ଚୟ ପାଇଁ ପ୍ରଚେଷ୍ଟା କରିବେ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଯୋଜନା ପ୍ରସ୍ତୁତ କରିପାରନ୍ତି।

କୁମ୍ଭ: ପରିବାରରେ ସ୍ନେହଶ୍ରଦ୍ଧ ବୃଦ୍ଧି ପାଇବା ସନ୍ତାନଙ୍କ ଇଚ୍ଛାକୁ ସମ୍ମାନ ଦେବେ। ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ।

ମୀନ: ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପ୍ରିୟଜନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ବାଧ୍ୟ ହେବେ।
କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ବିପଦରେ ପଡ଼ିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos