ମେଷ : ପିଲାମାନଙ୍କର ସ୍ୱଭାବ ଆଚରଣ ଦେଖି ବାପାମା’ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ଦୂରସ୍ଥାନକୁ ଯାତ୍ରା କଲେ ଶୁଭଫଳ ପାଇବେ। ଭାତୃ ବିବାଦ ଦୂରେଇ ଯିବା ସହିତ ଖୁସି ଖବର ପ୍ରାପ୍ତି ହେବ ।
ବୃଷ: କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ । ଗୁପ୍ତଶତୃ ଅସୁବିଧାରେ ପକାଇପାରନ୍ତି। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ । ଫଳରେ ମନ ବ୍ୟସ୍ତ ରହିବ । ସନ୍ତାନମାନଙ୍କର ପାଠପଢାକୁ ନେଇ ବାପାମା’ ମନ ଦୁଃଖ କରିବେ।
ମିଥୁନ: ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ, ବନ୍ଧୁଙ୍କର ଆଗମନ ହେବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଓ ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଲାଭ ପାଇବା ସହିତ ନୂଆ ବ୍ୟବସାୟ କରିବା ପାଇଁ ପରାମର୍ଶ ନେବେ ।
କର୍କଟ : ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ ଓ ଘରକୁ ବନ୍ଧୁଙ୍କର ଆଗମନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ, ସୁସ୍ୱାଦୁ ଭୋଜନ କରିବେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ।
ସିଂହ: ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ ଓ କାହାରି ସହିତ କଳହ କରନ୍ତୁ ନାହିଁ । ବ୍ୟବସାୟରେ ଲାଭ ପାଇବେ ନାହିଁ ଏବଂ ନିର୍ମାଣାଧୀନ କାର୍ଯ୍ୟ ଅଧାରେ ଅଟକିବ । ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ଦେଖାଯିବ।
କନ୍ୟା: ବାକି ପଡ଼ିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବା ସହିତ ଚାକିରି କ୍ଷେତ୍ରରେ ସୁଯୋଗ ପାଇବେ । ପୂଜାକାର୍ଯ୍ୟରେ ଅଧିକ ସମୟ ଦେବେ ଓ ସୁସ୍ୱାଦୁ ଭୋଜନ କରିବେ।
ତୁଳା: ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ । ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ । ମାଲି ମକଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ବିଛା: ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ଯାତ୍ରାରେ ସଫଳତା ହାସଲ କରିବେ । ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ମହିଳାମାନେ ଜଗିରଖି ଚଳନ୍ତୁ । ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ ।
ଧନୁ: ସଭାସମିତି କିମ୍ବା ପାରିବାରିକ କ୍ଷେତ୍ରର ଦ୍ୱନ୍ଦ୍ୱ ଉପୁଜିପାରେ । ଚେଷ୍ଟା କରୁଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୁଳ ସୁଯୋଗ ସୃଷ୍ଟି ହେବ।
ମକର : ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ ।ଅଯଥାରେ ବାଦବିବାଦ କରନ୍ତୁ ନାହିଁ । ଧନ ଏବଂ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି । ମଧ୍ୟାହ୍ନ ପରେ ସ୍ୱଭାବରେ ଭାବୁକତା ବଢ଼ିପାରେ । ଆପଣଙ୍କ କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରିବାକୁ ଅଗ୍ରସର ହେବେ।
କୁମ୍ଭ: ମିତ୍ରମାନଙ୍କ ସହିତ ସାକ୍ଷାତ ହେବା ଦ୍ୱାରା ମନ ଆନନ୍ଦିତ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ, ଭାଇମାନଙ୍କ ସହିତ ସୁସମ୍ପର୍କ ରହିବ।ଦୂରସ୍ଥାନକୁ ଭ୍ରମଣ କରିବା ସହିତ ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ।
ମୀନ: କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ମଧ୍ୟାହ୍ନ ପରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।