୧୮ ଜାନୁଆରୀ, ମଙ୍ଗଳବାର: ସହଯୋଗୀମାନେ ସାହାଯ୍ୟର ହାତ ବଢାଇବେ

ମେଷ: କାର୍ଯ୍ୟସ୍ଥଳରେ ସହଯୋଗୀମାନଙ୍କ ସହ ବାଦ ବିବାଦ ଦେଖାଦେଇପାରେ। ଶତ୍ରୁମାନେ ହଇରାଣ ହରକତ କରି ପାରନ୍ତି। ଅଯଥା ବ୍ୟୟ ମଧ୍ୟ ଚିନ୍ତାର କାରଣ ହେବ। ବୃଷ: ପାରିବାରିକ ଏବଂ ସନ୍ତାନ ସୁଖରେ ସୁଖୀ ହେବେ। ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ ମଧ୍ୟ କରିବେ। ଭୂମି ଓ ବାହନ କ୍ରୟ ପାଇଁ ମନ ବଳାଇବେ। ମିଥୁନ: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ପରିବାରରେ ବିଶୃଙ୍ଖଳା ଯୋଗୁ ମନରେ ଅଶାନ୍ତି ଭାବ ରହିବ। କର୍କଟ: ଆର୍ଥିକ ସ୍ଥିତି ଭଲ […]

RASI

RASI

Tapaswini Nayak
  • Published: Tuesday, 18 January 2022
  • Updated: 18 January 2022, 07:49 AM IST

Sports

Latest News

ମେଷ: କାର୍ଯ୍ୟସ୍ଥଳରେ ସହଯୋଗୀମାନଙ୍କ ସହ ବାଦ ବିବାଦ ଦେଖାଦେଇପାରେ। ଶତ୍ରୁମାନେ ହଇରାଣ ହରକତ କରି ପାରନ୍ତି। ଅଯଥା ବ୍ୟୟ ମଧ୍ୟ ଚିନ୍ତାର କାରଣ ହେବ।

ବୃଷ: ପାରିବାରିକ ଏବଂ ସନ୍ତାନ ସୁଖରେ ସୁଖୀ ହେବେ। ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ ମଧ୍ୟ କରିବେ। ଭୂମି ଓ ବାହନ କ୍ରୟ ପାଇଁ ମନ ବଳାଇବେ।

ମିଥୁନ: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ପରିବାରରେ ବିଶୃଙ୍ଖଳା ଯୋଗୁ ମନରେ ଅଶାନ୍ତି ଭାବ ରହିବ।

କର୍କଟ: ଆର୍ଥିକ ସ୍ଥିତି ଭଲ ରହିବ। ନୂତନ ଆୟର ପନ୍ଥା ମିଳିପାରେ। ଚାକିରିରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି।

ସିଂହ: କର୍ମ କ୍ଷେତ୍ରରେ ଅଯଥା ବିବାଦ ଦେଖାଦେଇପାରେ। ବନ୍ଧୁବାନ୍ଧବଙ୍କ ସହିତ ମତାନ୍ତର ଏବଂ ମନାନ୍ତର ମଧ୍ୟ ସୃଷ୍ଟି ହୋଇପାରେ।

କନ୍ୟା: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସମାଜସେବାରେ ମନ ନିବେସ କରିବେ। ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ।

ତୁଳା: କର୍ମ କ୍ଷେତ୍ରରେ ସଫଳତା ପାଇବେ। ଚାକିରିରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପରିବାରରେ ସୁଖ ଶାନ୍ତି ପାଇବେ। ଶାରିରୀକ ସୁସ୍ଥତା ଅନୁଭବ କରିବେ।

ବିଛା: ପୂର୍ବରୁ ଅଟକିଥିବା କାର୍ଯ୍ୟକୁନେଇ  ଚିନ୍ତିତ ରହିବେ। ସାମାନ୍ୟ କଥାରେ ସହଯୋଗୀଙ୍କ ସାଙ୍ଗରେ ବଚସା ହୋଇପାରେ। ପାରିବାରିକ ଶାନ୍ତି ଅନୁଭବ କରିବେ।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ ସହ ବନ୍ଧୁବାନ୍ଧବଙ୍କ ସହ ମିଳନ ହୋଇପାରେ। ସତର୍କ ହୋଇ ଯାନ ବାହନ ଚଳାଇବେ, ଆଘାତ ଲାଗିବାର ସମ୍ଭାବନା ରହିଛି।

ମକର: କର୍ମକ୍ଷେତ୍ରରେ ଉଚ୍ଚ ପଦ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ। ସହଯୋଗୀ ମାନେ ସାହାଯ୍ୟର ହାତ ବଢାଇବେ। ପରିବାରରେ ଶାନ୍ତି ପାଇବେ। ଯାନ ବାହନ ସତର୍କ ହୋଇ ଚଳାନ୍ତୁ।

କୁମ୍ଭ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ନୂତନ ଦ୍ରବ୍ୟ ଘରପାଇଁ କ୍ରୟ କରିବେ।ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଅଧିକ ସମୟ ଅତିବାହିତ କରିବେ।

ମୀନ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos