୧୮ ଜୁନ, ରବିବାର: ହରେଇଥିବା ଟଙ୍କା ଫେରିପାଇବେ

ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଧନପ୍ରାପ୍ତି ହେବ।

Representational Image

  • Published: Sunday, 18 June 2023
  • , Updated: 18 June 2023, 07:46 AM IST

ମେଷ: ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ବୃଷ: କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସହଯୋଗ ମିଳିବ। ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆପଣଙ୍କ ସହଯୋଗକୁ ଲୋକମାନେ ଅଣଦେଖା କରିପାରନ୍ତି, ତଥାପି ଆପଣ ଲୋକମାନଙ୍କୁ ସାହାଯ୍ୟ କରିବେ।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ। ଗୁରୁଜନମାନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ। ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କର୍କଟ: ପ୍ରଶଂସିତ ହେବେ। ବନ୍ଧୁମିଳନ ହେତୁ ମନ ଖୁସି ରହିବ। କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ-ସମୃଦ୍ଧି ବୃଦ୍ଧି ହେବ।
ବ୍ୟବସାୟ କ୍ଷେତ୍ରରେ ଆଶା କରୁଥିବା ଲାଭ ପାଇବେ।

ସିଂହ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ। ଆତ୍ମନିର୍ଭରଶୀଳ ହେବେ।

କନ୍ୟା: ବ୍ୟବସାୟରେ ଭଲ ଲାଭ ମିଳିବ। କୌଣସି ନିକଟ ସମ୍ପର୍କୀୟ ଆର୍ଥିକ ସାହାଯ୍ୟ କରିବେ। ଛାତ୍ରଛାତ୍ରୀ ସେମାନଙ୍କ ପାଠପଢ଼ାକୁ ନେଇ ଟିକେ ଚିନ୍ତିତ ରହିପାରନ୍ତି।

ତୁଳା: ବ୍ୟବସାୟକୁ ବଢ଼ାଇବାକୁ ଯୋଜନା କରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପିଲାମାନେ ପାଠପଢ଼ାରେ ମନ ଦେବେ।

ବିଛା: ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜର ମନୋବଳକୁ ଦୃଢ଼ ରଖିପାରିବେ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ। ଗୁପ୍ତଶତ୍ରୁମାନେ ଆପଣଙ୍କ ବିରୋଧରେ ସକ୍ରିୟ ହୋଇପାରନ୍ତି।

ଧନୁ: ହରେଇଥିବା ଟଙ୍କା ଫେରିପାଇବେ। ଆର୍ଥିକ ସମସ୍ୟା ଦୂର ହେବ। ଜୀବନସାଥୀଙ୍କ ସହିତ ସମୟ ବିତାଇବାକୁ ଭଲ ସୁଯୋଗ ପାଇବେ।

ମକର: ଶତ୍ରୁମାନେ ପରାଜିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ ଚାକିରି ପାଇଁ ପ୍ରୟାସ କରୁଥିଲେ ଉତ୍ସାହଜନକ ସମାଚାର ମିଳିବ। ଛାତ୍ରଛାତ୍ରୀଙ୍କର ବିଦ୍ୟାରେ ଉନ୍ନତି ହେବା ସହ ସେମାନେ ପ୍ରଶଂସା ପାଇବେ।

କୁମ୍ଭ: ସମସ୍ତ ଦାୟିତ୍ୱ ଏକାସାଙ୍ଗରେ ନିଜ ଉପରେ ନିଅନ୍ତୁ ନାହିଁ। ଆପଣଙ୍କ ବିଚାର କ୍ଷମତାକୁ ଲୋକେ ପ୍ରଶଂସା କରିବେ। ନିଜର ନିଷ୍ପତ୍ତିକୁ ପ୍ରାଥମିକତା ଦେଲେ ଗବେଷଣା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ।

ମୀନ: ପୁରାତନ ରୋଗରୁ ଉପଶମ ପାଇବେ। ବ୍ୟବସାୟରେ ଭଲ ଲାଭ ପାଇବେ। ପାରିବାରିକ ସମସ୍ୟାର ସମାଧାନ ହେବ।

Related story