୧୮ ଅକ୍ଟୋବର, ମଙ୍ଗଳବାର: ବ୍ୟବସାୟରେ ଅଚାନକ ଲାଭ ହୋଇପାରେ

ମେଷ: ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଅନେକ ଦିଗରୁ ଖୁସି ମିଳିବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣ କରିବେ।

ବୃଷ: ଜମିଜମା ସଂକ୍ରାନ୍ତୀୟ  ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ଓ ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ । କର୍ମକ୍ଷେତ୍ରରେ ନାନାବିଧ ସୁଯୋଗ ପାଇବା ସହ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ।

ମିଥୁନ: ସନ୍ତାନ ସନ୍ତତିଙ୍କ ଦିଗରୁ ଶୁଭ ସମ୍ବାଦ ପାଇ ଖୁସି ହେବେ ଓ ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ବ୍ୟବସାୟରେ ଅଚାନକ ଭାବରେ ଲାଭ ହୋଇପାରେ।

କର୍କଟ: ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବନ୍ଧୁ ମିତ୍ରଙ୍କର ସହଯୋଗରେ ନୂତନ ସମ୍ପତି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ ।

ସିଂହ: ସାମାଜିକ କ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ବ୍ୟବସାୟରେ ଉନ୍ନତିହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ।

କନ୍ୟା: ଶାରୀରିକ ସୁସ୍ଥତା ଅନୁଭବ କରିବା ସହ ଅଧା ଅଧୁରା ଥିବା କାର୍ଯ୍ୟ ପୂରଣ ହେବ । ସହକର୍ମୀମାନଙ୍କର ସହଯୋଗ ପାଇ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ।

ତୁଳା:କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସୂଚାରୁ ରୂପେ ତୁଲାଇପାରିବେ । ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ ।

ବିଚ୍ଛା:ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବା ସହ ଆଶାଜନକ ଲାଭ ପ୍ରାପ୍ତିହେବ। ।ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ ।  ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ।

ଧନୁ:ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇବେ ଓ ଆର୍ଥିକ ସ୍ଥିତି ସୁଦୃଢ ହେବ । ରାଜନୀତିରେ ମର୍ଯ୍ୟାଦାଜନକ ପରିସ୍ଥିତି ସୃଷ୍ଟି କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ସହ କର୍ମକ୍ଷେତ୍ରରେ ଶୁଭ ଖବର ପାଇ ଖୁସି ହେବେ ।

ମକର: କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ଶାନ୍ତି ପାଇବେ। ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ଅନ୍ୟର ଉପକାର କରି ପ୍ରଶଂସିତ ହେବେ। କୋର୍ଟ କଚେରୀ ମାମଲା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ ।

କୁମ୍ଭ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବା ଫଳରେ ଆଶା କରିଥିବା କାର୍ଯ୍ୟ ପୂରଣ କରିପାରିବେ। ଜାଗାଜମି ଗୃହସମ୍ବନ୍ଧୀୟ କୌଣସି ମହତ୍ୱପୂର୍ଣ୍ଣ ସୂଚନା ମିଳିବ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘସ୍ଥାୟୀ ହେବ।

ମୀନ: ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇପାରିବେ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।