୧୯ ଅଗଷ୍ଟ, ଶୁକ୍ରବାର: କର୍ମକ୍ଷେତ୍ରରେ ଅପଦସ୍ତ ହେବେ

ମେଷ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ଘରେ କାହାରି ମନ ଭଲ ରହିବ ନାହିଁ । ଦୁର ବନ୍ଧୁଙ୍କ ସହିତ ନୂଆ ବ୍ୟବସାୟ କରିବା ପାଇଁ ସୁଯୋଗ ମିଳିବ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସୁଯୋଗ ପାଇବେ । ବୃଷ: କର୍ମକ୍ଷେତ୍ରରେ ଖୁସି ଖବର ମିଳିବା ସହିତ ମାନସମ୍ମାନ ପ୍ରାପ୍ତି ହେବ । କଳାସଂସ୍କୃତିରେ ପ୍ରେରଣା ମିଳିବାରୁ ମନୋବଳ ଦୃଢ ହେବ।  ଗଣମାଧ୍ୟମରେ […]

RASI

RASI

Niharika Rout
  • Published: Friday, 19 August 2022
  • Updated: 19 August 2022, 07:51 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ଘରେ କାହାରି ମନ ଭଲ ରହିବ ନାହିଁ । ଦୁର ବନ୍ଧୁଙ୍କ ସହିତ ନୂଆ ବ୍ୟବସାୟ କରିବା ପାଇଁ ସୁଯୋଗ ମିଳିବ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସୁଯୋଗ ପାଇବେ ।

ବୃଷ: କର୍ମକ୍ଷେତ୍ରରେ ଖୁସି ଖବର ମିଳିବା ସହିତ ମାନସମ୍ମାନ ପ୍ରାପ୍ତି ହେବ । କଳାସଂସ୍କୃତିରେ ପ୍ରେରଣା ମିଳିବାରୁ ମନୋବଳ ଦୃଢ ହେବ।  ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇ ବାଦବିବାଦର ଅବସାନ ଘଟିବ।

ମିଥୁନ: ବ୍ୟବସାୟୀମାନେ ଲାଭ ପାଇଲେ ମଧ୍ୟ ସ୍ୱାସ୍ଥ୍ୟକୁ ନେଇ ଅର୍ଥବ୍ୟୟ ହେବ। ପାରିବାରିକ ସମସ୍ୟା ଯାହା ଥିଲା ତାହାର ସମାଧାନ ହେବ ।  ବହୁଦିନରୁ ବାକି ପଡିଥିବା  ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯାୟରେ ପହଞ୍ଚିବ।

କର୍କଟ: ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ ଓ ମାନସମ୍ମାନ ମିଳିବ। ବଡ ବ୍ୟବସାୟ ପାଇଁ ଚୁକ୍ତି କରିପାରନ୍ତି ଏବଂ ଅଧୁରା ଥିବା କାର୍ଯ୍ୟ ପୂରଣ କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ସବୁ ସ୍ୱପ୍ନ ସାକାର ହେବ ।

ସିଂହ: ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ବୁଝାମଣା ହେତୁ ହସଖୁସିର ବାତାବରଣ ଖେଳିଯିବ । ବାକି ପଡିଥିବା ଅର୍ଥ ଆଦାୟ ହେବ, ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।  ଘରେ ପୂଜାପୁଜିରେ ସମୟ ଅତିବାହିତ କରିବେ ।

କନ୍ୟା: ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଓ ଖୁସି ଖବର ମିଳିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ କିନ୍ତୁ ପାରିବାରିକ ସମସ୍ୟା ଦେଖାଯିବ । ନୂଆ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ ।

ତୁଳା: ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ରହିବେ । ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ କିନ୍ତୁ ସଫଳତା ପାଇବେ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜସେବାରେ ମନ ବଳାଇବେ ।

ବିଚ୍ଛା: କୌଣସି କଥାକୁ ନେଇ ନିଜ ସମ୍ପର୍କୀୟଙ୍କ ସହିତ ମନୋମାଳିନ୍ୟ ହେବ ।  ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ।  ଅପରାହ୍ନ ପରେ ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମ୍ମାନ ମିଳିବ ।

ଧନୁ: କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗିରଖି ରହିବାକୁ ପଡିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଦୂରସ୍ଥାନକୁ ଯାତ୍ରା କଲାବେଳେ  ସତର୍କତାର ସହ  ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ମକର: ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ଦୂରସ୍ଥାନକୁ ଯାତ୍ରା କରିବେ ଓ ବ୍ୟବସାୟରେ ଉନ୍ନତି କରିବେ । ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ।

କୁମ୍ଭ :ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ଭ୍ରମଣ ଯୋଗ ରହିଛି । ବ୍ୟବସାୟରେ ଲାଭ ସହ କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ ।  ଘରକୁ ଅତିଥିଙ୍କର ଆଗମନ ହେବ ଓ ସୁସ୍ୱାଦୁ ଭୋଜନ କରିବେ । ପ୍ରିୟଜନଙ୍କ ସହଯୋଗରେ ବ୍ୟବସାୟରେ ଆର୍ଥିକ ଲାଭ ପାଇବେ ।

ମୀନ: ଦୂରସ୍ଥାନକୁ ଯାତ୍ରା କଲେ ମଧ୍ୟ ସଫଳତା ପାଇବେ ନାହିଁ । କୌଣସି କଥାକୁ ନେଇ ମନସ୍ତାପ କରିବେ।  ସନ୍ତାନମାନଙ୍କ  ସ୍ୱଭାବ ଠିକ ରହିବ ନାହିଁ, ଯାହାଫଳରେ ବାପାମା’ଙ୍କ ମନ କଷ୍ଟ ହେବ। ପଡୋଶୀଙ୍କ କଥାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos