ମେଷ: ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବାରୁ ମନ ଖୁସି ରହିବ । ଆର୍ଥିକ ସମସ୍ୟା ଦୂର ହେବ ଏବଂ ବ୍ୟବସାୟରେ ଲାଭ ମିଳିବ । ପାରିବାରିକ ସମସ୍ୟା ପାଇଁ ମନରେ ଅସ୍ଥିରତା ବୃଦ୍ଧି ହେବ ।
ବୃଷ: ଦୂରସ୍ଥାନକୁ ଗଲାବେଳେ ସାବଧାନ ସହିତ ଯାଆନ୍ତୁ ଏବଂ ଗୁପ୍ତଶତୃଙ୍କ ଠାରୁ ଦୁରେଇ ରୁହନ୍ତୁ । ପାରିବାରିକ ସମସ୍ୟା ଲାଗିରହିବ ଓ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ । ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ନାହିଁ ଓ ଅର୍ଥହାନୀ ହେବ ।
ମିଥୁନ: ସ୍ୱାସ୍ଥ୍ୟରେ ଉନ୍ନତି ଆସିବାରୁ ମନରେ ଆତ୍ମବଳ ବୃଦ୍ଧି ହେବ ଓ ଘରକୁ ବନ୍ଧୁ ଆସିପାରନ୍ତି । ବ୍ୟବସାୟରେ ସଫଳତା ପାଇବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ । ସନ୍ତାନମାନଙ୍କର ପାଠପଢ଼ାରେ ଉନ୍ନତି ହେବ ଓ ଚାକିରି କ୍ଷେତ୍ରରେ ଶୁଭଫଳ ପାଇବେ।
କର୍କଟ: ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବେ । ଶତ୍ରୁମାନେ ଶତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଦୂରଯାତ୍ରା କଲେ ହଇରାଣ ହେବାକୁ ପଡିପାରେ ।
ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଉପରେ ଅଧିକ ଗୁରୁତ୍ୱ ଦେବେ ।
କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।
ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।
ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।
ମକର: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ । କୌଣସି ସମସ୍ୟାକୁ ନେଇ ମନସ୍ତାପ କରିବେ । ବ୍ୟବସାୟରେ ଛୋଟ କଥାକୁ ନେଇ କାହାରି ସହିତ କଳହ ହେବ। ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ସୁସ୍ୱାଦୁ ଭୋଜନ କରିବେ ।
କୁମ୍ଭ: ପାରିବାରିକ ସମସ୍ୟା ଦେଖାଯିବାରୁ ମନରେ ଅସ୍ଥିରତା ବୃଦ୍ଧି ହେବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ । କର୍ମକ୍ଷେତ୍ରରେ ନିଜ ଲୋକ ଅସୁବିଧାରେ ପକାଇ ପାରନ୍ତି। ସେଥିପାଇଁ ସତର୍କ ରୁହନ୍ତୁ । ନୂଆବନ୍ଧୁଙ୍କ ସହିତ ମିଳନ ହେବ ଓ ସୁସ୍ୱାଦୁ ଭୋଜନ କରିବେ ।
ମୀନ: ଆମୋଦପ୍ରମୋଦରେ ସମୟ ଅତିବାହିତ କରିବେ ଓ ସୁସ୍ୱାଦୁ ଭୋଜନ କରିବେ । ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ ଓ ଘରକୁ ଅତିଥିଙ୍କର ଆଗମନ ହେବ । ବ୍ୟବସାୟରେ ଲାଭ ମିଳିବାରୁ ମନ ଖୁସି ରହିବ ଏବଂ ଭ୍ରମଣ ଯୋଗ ରହିଛି।