୧୯ ଡିସେମ୍ବର, ରବିବାର; କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ବ୍ୟବସାୟ ବାଣିଜ୍ୟରେ ଭଲ ଆୟ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳା ଓ ଛାତ୍ରଛାତ୍ରୀମାନେ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ। ବୃଷ: ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ। ପରିବାରରେ କୌଣସି କାରଣରୁ କଳହ ସ୍ଥିତି ଉପୁଜିବା ଯୋଗୁ ମନ ଅଶାନ୍ତ ରହିବ। ମିଥୁନ: ଭ୍ରମଣର ସୁଯୋଗ ଆସିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ। କର୍କଟ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କର ବିଶୃଙ୍ଖଳା କାର୍ଯ୍ୟକଳାପ ଯୋଗ ବିବାଦ […]

RASI

RASI

Tapaswini Nayak
  • Published: Sunday, 19 December 2021
  • Updated: 19 December 2021, 07:51 AM IST

Sports

Latest News

ମେଷ: ବ୍ୟବସାୟ ବାଣିଜ୍ୟରେ ଭଲ ଆୟ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳା ଓ ଛାତ୍ରଛାତ୍ରୀମାନେ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ।

ବୃଷ: ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ। ପରିବାରରେ କୌଣସି କାରଣରୁ କଳହ ସ୍ଥିତି ଉପୁଜିବା ଯୋଗୁ ମନ ଅଶାନ୍ତ ରହିବ।

ମିଥୁନ: ଭ୍ରମଣର ସୁଯୋଗ ଆସିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ।

କର୍କଟ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କର ବିଶୃଙ୍ଖଳା କାର୍ଯ୍ୟକଳାପ ଯୋଗ ବିବାଦ ଉପୁଜିପାରେଯବ୍ୟବସାୟ ବାଣିଜ୍ୟରେ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ।

ସିଂହ: ବ୍ୟବସାୟ ବାଣିଜ୍ୟରେ ଲାଭ ହେବ। ପରିବାରରେ ସୁଖ ଶାନ୍ତି ପାଇବେ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ।

କନ୍ୟା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ମୂଲ୍ୟବାନ ଦ୍ରବ୍ୟ ଘର ପାଇଁ କ୍ରୟ କରିପାରନ୍ତି। କିନ୍ତୁ ପରିବାର ବିଶୃଙ୍ଖଳା ପରିସ୍ଥିତି ଯୋଗୁ ମନ ଅଶାନ୍ତ ରହିବ।

ତୁଳା: ଧନପ୍ରାପ୍ତି ସମ୍ଭାବନା ଅଛି। ପୁରାତନ ରୋଗରୁ ଉପଶମ ମିଳିପାରେ। ସମ୍ପତ୍ତି କ୍ରୟ ବିକ୍ରୟ କରିପାରିବେ।

ବିଚ୍ଛା: କର୍ମକ୍ଷେତ୍ରରେ ଅପ୍ରୀତିକର ସ୍ଥିତି ଦେଖାଯାଇପାରେ। ତେବେ କୌଶଳ କରି ତା’ର ସମାଧାନ କରିପାରିବେ। ବ୍ୟବସାୟରେ ସଂଘର୍ଷ କରିବାକୁ ପଡ଼ିପାରେ।

ଧନୁ: ଉତ୍ତମ ରୋଜଗାର ଯୋଗୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କୌଣସି କଥାରେ ଅଯଥାରେ ମୁଣ୍ଡ ଭର୍ତ୍ତି କରନ୍ତୁ ନାହିଁ।

ମକର: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବଢ଼ିବ। ଶୁଭ ଫଳ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ ପରିବାରରେ ଶାନ୍ତି ବିରାଜମାନ କରିବ।

କୁମ୍ଭ: କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପୂର୍ବ ଯୋଜନାରେ ସଫଳତା ଲାଭ କରିବେ। କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଘରେ କୌଣସି ସମସ୍ୟା ଥିଲେ, ଆଜି ତାହା ଦୂର ହୋଇଯାଇପାରେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ଯାତ୍ରା କରନ୍ତୁ ନାହିଁ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos