୧୯ ମାର୍ଚ୍ଚ, ରବିବାର: ସବୁଥିରେ ସଫଳତା ମିଳିବ

ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ବନ୍ଧୁମାନଙ୍କ ସହଯୋଗ ମିଳିବ। ଆର୍ଥିକ ସଙ୍କଟ ଦୂର ହେବ। ପ୍ରକାଶନ, ସଂଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ।

Representational Image

  • Published: Sunday, 19 March 2023
  • , Updated: 19 March 2023, 07:51 AM IST

ମେଷ: ସମ୍ପତ୍ତି ସମ୍ବନ୍ଧୀୟ ବିବାଦର ସମାଧାନ ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା
ଉଚିତ୍।

ବୃଷ: ନିଜ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ବନ୍ଧୁଙ୍କ ଆର୍ଥିକ ସହାୟତାରେ ଆଶା ପୂରଣ ହେବ।

ମିଥୁନ: ରାଜନୀତି କ୍ଷେତ୍ରରେ କୂଟନୀତି ପ୍ରୟୋଗ କରି ନିଜ ସ୍ଥିତିକୁ ଜାହିର କରିବେ। ବାଦବିବାଦ ଓ ପ୍ରତିଯୋଗିତା ଆଦିରେ ବିଜୟୀ ହେବେ। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ କ୍ଷତି ସହିବେ।

କର୍କଟ: ଶରୀର ସୁସ୍ଥ ରହିବ। ଶାନ୍ତି ଅନୁଭବ କରିବେ। ଜମିବାଡ଼ି ନେଇ ଭାଇମାନଙ୍କ ସହ ରହିଥିବା ବିବାଦର ସମାଧାନ ହେବ।

ସିଂହ: କର୍ମ ଅନୁସାରେ ଫଳପ୍ରାପ୍ତି ହେବ। ଶତୃମାନେ କୌଣସି କ୍ଷତି କରିପାରିବେ ନାହିଁ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ନିରାଶ ହେବେ ନାହିଁ।

କନ୍ୟା: କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ମନ ସ୍ଥିର ରହିବ। ପରିବାର ଲୋକଙ୍କ ସହିତ ଭଲ ସଂପର୍କ ରହିବ।

ତୁଳା: ଅଧାରେ ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ଉନ୍ନତି ହେବ। ଶତୃମାନେ ପରାଜିତ ହେବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। 

ବିଛା: ସବୁଥିରେ ସଫଳତା ମିଳିବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ଶାରିରୀକ ଅସୁସ୍ଥତା ଦୂର ହେବ।

ଧନୁ: କୌଣସି ସ୍ଥାନକୁ ଭ୍ରମଣରେ ଯିବାକୁ ଯୋଜନା କରିବେ। ଯାହାର ବେଶି ଉପକାର କରିଥିବେ ତାଙ୍କ ଦ୍ୱାରା ବେଶି ଆଘାତ ପାଇବେ।
ବୁଝି ବିଚାରି କାର୍ଯ୍ୟ କଲେ ପାରିବାରିକ ଜୀବନ ସୁଖମୟ ହେବ।

ମକର: ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ବନ୍ଧୁମାନଙ୍କ ସହଯୋଗ ମିଳିବ। ଆର୍ଥିକ ସଙ୍କଟ ଦୂର ହେବ। ପ୍ରକାଶନ, ସଂଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ।

କୁମ୍ଭ: ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ଉତ୍ତମ ରୋଜଗାର ହେବ।

ମୀନ: ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂରଣ ହୋଇପାରେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ।

Related story