୧୯ ମେ’, ଶୁକ୍ରବାର: ଆଶା ପୂରଣ ହେବାର ବାଟ ଖୋଲିଯିବ

ଆଜି ୨୦୨୩ ମସିହା, ମଇ ମାସ ୧୯ ତାରିଖ, ଶୁକ୍ରବାର, ବୃଷ ୫ଦିନ, ଜ୍ୟେଷ୍ଠ ମାସ, କୃଷ୍ଣ ପକ୍ଷ, ଅମାବାସ୍ୟା ତିଥି, କୃତ୍ତିକା ନକ୍ଷତ୍ର

Representational Image

  • Published: Friday, 19 May 2023
  • , Updated: 19 May 2023, 07:39 AM IST

ମେଷ: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ବୃଷ: ବ୍ୟବସାୟରେ ସଫଳତା ମିଳିବ। ସମସ୍ୟାର ସମାଧାନ ପାଇଁ ବନ୍ଧୁ ଆଗେଇ ଆସିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିଛି।

ମିଥୁନ: ସ୍ୱାସ୍ଥ୍ୟରେ ଉନ୍ନତି ହେବ। ବିରୋଧୀମାନେ କୌଣସି ସମସ୍ୟା ସୃଷ୍ଟି କରିପାରିବେ ନାହିଁ। ବ୍ୟବସାୟ ଭଲ ହେବ। ମାନପ୍ରତିଷ୍ଠା ବୃଦ୍ଧି ହେବ।

କର୍କଟ: ସଂପତ୍ତି ବଢ଼ିବ। ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। ଆଶା ପୂରଣ ହେବାର ବାଟ ଖୋଲିଯିବ। ମନ ଶାନ୍ତ ରହିବ।

ସିଂହ: ସହକର୍ମୀମାନଙ୍କ ସହଯୋଗରେ କାର୍ଯ୍ୟକ୍ଷେତ୍ରରେ ସବୁ କାମ ଠିକ ଭାବେ ସଂପନ୍ନ ହେବ। ପରିବାରରେ ଶାନ୍ତି ବଜାୟ ରହିବ। କୌଣସି ନୂଆ ସ୍ଥାନକୁ ବୁଲି ଯାଇପାରନ୍ତି।

କନ୍ୟା: ବ୍ୟବସାୟୀମାନେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ପାଇବେ। ନିଜର ଇଚ୍ଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ଭାବିଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡ଼ିପାରନ୍ତି।

ତୁଳା: କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଯୋଜନା ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ।

ବିଛା: ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ। ଆତ୍ମନିର୍ଭରଶୀଳ ହେବେ। ଦୂରଯାତ୍ରା କରି ହଇରାଣ ହେବାକୁ ପଡ଼ିପାରେ।

ଧନୁ: ସମସ୍ତଙ୍କ ପ୍ରତି ସକାରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ଗୁରୁଜନ ମାନଙ୍କ ଆଦର ଲାଭ କରିବେ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ମକର: ପାରିବାରିକ ଜୀବନ ଭଲ ରହିବ। ଦୂରଯାତ୍ରା କରିପାରନ୍ତି। ବିବାଦଠାରୁ ଦୂରେଇ ରୁହନ୍ତୁ। ଉଚ୍ଚଶିକ୍ଷା ନିମନ୍ତେ ବିଦେଶ ଯାତ୍ରା କରିବାକୁ ଯୋଜନା କରିପାରନ୍ତି।
କୁମ୍ଭ: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ। ଜନସେବାରେ ସମୟ ବିତାଇବେ। ଛାତ୍ରଛାତ୍ରୀ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ମୀନ: କୌଣସି ସଂପର୍କୀୟଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ବାଧ୍ୟ ହେବେ। ଖୁସିରେ ଦିନଟି କଟିବ। ପୂର୍ବ ନିବେଶରୁ ଭଲ ଲାଭ ପାଇବେ।

Related story