୧୯ ନଭେମ୍ବର, ଶନିବାର: ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ

ମେଷ: ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସି ଶାରୀରିକ କଷ୍ଟ ଦୂର ହେବ। ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସି ହୋଇଯିବେ। ବୃଷ: ସମାଜସେବା କାର୍ଯ୍ୟରେ ଯୋଗ ଦେଇ ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ବ୍ୟବସାୟରେ ଭାଗୀଦାରୀମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇଯିବ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ମିଥୁନ:  ସନ୍ତାନସନ୍ତତିମାନଙ୍କର ଶୁଭ ଖବର ପାଇ ଖୁସି ହେବେ । ବ୍ୟବସାୟିକ କ୍ଷେତ୍ରରେ ଆୟର ସ୍ରୋତ ଖୋଲିଯିବା ସହ […]

RASI

RASI

Niharika Rout
  • Published: Saturday, 19 November 2022
  • Updated: 19 November 2022, 02:33 PM IST

Sports

Latest News

ମେଷ: ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସି ଶାରୀରିକ କଷ୍ଟ ଦୂର ହେବ। ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସି ହୋଇଯିବେ।

ବୃଷ: ସମାଜସେବା କାର୍ଯ୍ୟରେ ଯୋଗ ଦେଇ ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ବ୍ୟବସାୟରେ ଭାଗୀଦାରୀମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇଯିବ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍।

ମିଥୁନ:  ସନ୍ତାନସନ୍ତତିମାନଙ୍କର ଶୁଭ ଖବର ପାଇ ଖୁସି ହେବେ । ବ୍ୟବସାୟିକ କ୍ଷେତ୍ରରେ ଆୟର ସ୍ରୋତ ଖୋଲିଯିବା ସହ ଧନମାନ ଦିଗରୁ ସୁରକ୍ଷିତ ରହିବେ । ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ।

କର୍କଟ: ସାମ୍ବାଦିକମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ।  ରାଜନୀତି କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ୱାରା ସଫଳତା ମିଳିବ ।

ସିଂହ: ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ । ଛାତ୍ରଛାତ୍ରୀମାନେ ପରିଶ୍ରମ କରିବା ଫଳରେ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥଲାଭର ସୁଯୋଗ ପାଇବେ । ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁ ବ୍ୟତିବ୍ୟସ୍ତ ହୋଇଯିବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ସୁଯୋଗ ପାଇ କାର୍ଯ୍ୟରେ ଖୁସି ହେବେ।

ତୁଳା: ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବା ସହ ପ୍ରଶଂସିତ ହେବେ।  ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ହୋଇଯିବ।

ବିଛା: ନିଜର ଦକ୍ଷତାରେ ଲୋକମାନଙ୍କୁ ପ୍ରଭାବିତ କରିବା ସହ ନିର୍ମାଣମୂଳକ ଯୋଜନାରେ ଆଗେଇ ପାରିବେ। ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଉତ୍ସାହିତ ହେବେ। ବ୍ୟବସାୟ ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।

ଧନୁ: ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବା ସହ ଦୁଃଖି ଲୋକଙ୍କୁ ସାହାଯ୍ୟ କରିବେ । ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ବେଶ୍ ଆନନ୍ଦ ପାଇବେ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ ।

ମକର: ଛାତ୍ରଛାତ୍ରୀମାନଙ୍କର ସୁଖ୍ୟାତି ଲାଭ ହେବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇ ବ୍ୟାୟାମ କରିବା ଆବଶ୍ୟକ।

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗିତା ସତ୍ତ୍ୱେ ଆଶା ମୁତାବକ ଲାଭବାନ ହେବେ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି, ଆଗେଇ ଯିବାର ରାସ୍ତା ଖୋଲିପାରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ବିଶେଷ ଲାଭବାନ ହେବେ ।

ମୀନ: ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବାରୁ ମନ ସନ୍ତୁଷ୍ଟ ରହିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇ ଆୟ ବୃଦ୍ଧି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos