୨ ଏପ୍ରିଲ, ଶନିବାର; ସାଧାରଣ କଥାକୁ ନେଇ କଳହ ସୃଷ୍ଟି ହେବ

ମେଷ: ଆଜି ସାଧାରଣ କଥାକୁ ନେଇ ନିକଟସ୍ଥ କେହି ଜଣେ ବ୍ୟକ୍ତି କଳହ ସୃଷ୍ଟି କରିପାରେ। ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ । ଆଲୋଚନା ଦ୍ୱାରା ସମସ୍ୟାର  ସମାଧାନ କରିବାରେ ସମର୍ଥ ହେବେ। ବୃଷ: ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି । ନିକଟସ୍ଥ ଜଣାଶୁଣା ବ୍ୟକ୍ତିମାନଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ମିଥୁନ: ଆଜି ଯେତେ ପ୍ରକାର ସୁବିଧା […]

RASI

Niharika Rout
  • Published: Saturday, 02 April 2022
  • , Updated: 02 April 2022, 08:09 AM IST

ମେଷ: ଆଜି ସାଧାରଣ କଥାକୁ ନେଇ ନିକଟସ୍ଥ କେହି ଜଣେ ବ୍ୟକ୍ତି କଳହ ସୃଷ୍ଟି କରିପାରେ। ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ । ଆଲୋଚନା ଦ୍ୱାରା ସମସ୍ୟାର  ସମାଧାନ କରିବାରେ ସମର୍ଥ ହେବେ।

ବୃଷ: ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି । ନିକଟସ୍ଥ ଜଣାଶୁଣା ବ୍ୟକ୍ତିମାନଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।

ମିଥୁନ: ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ।  ମାଲିମକଦ୍ଦମା, ଜମିଜମା ସମସ୍ୟା ଦୂର ହୋଇଯିବ।

କର୍କଟ: ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ । ସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଦେଖାଦେଇପାରେ  ।

ସିଂହ: ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ । ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।

କନ୍ୟା: ଆଜି ବନ୍ଧୁଙ୍କ ସହ ମନାନ୍ତର କାରଣରୁ ମନ ଭାରାକ୍ରାନ୍ତ ରହିବ। କୌଣସି କାମରେ ମନ ଲାଗିବ ନାହିଁ। ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ରରେ ବେଶ୍ ଖୁସି ରହିବେ। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ ।

 ତୁଳା: ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅସମ୍ଭବ କାର୍ଯ୍ୟକୁ  ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ । ବିଳାସବ୍ୟସନ ଦ୍ରବ୍ୟ କ୍ରୟ କରିବେ। ବିଦ୍ୟାର୍ଥୀମାନେ ପଢାପଢାରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।

ବିଛା: ଆଜି ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମାରେ ସଫଳତା ପାଇବେ ।  ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କିଛିଟା ସାମୟିକ ସମସ୍ୟା ଦେଖାଦେଇପାରେ । କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ ।

ଧନୁ: ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା ଦେଖାଦେବ । ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି ।

ମକର: ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବ। ଯେକୌଣସି କାମ କରିବେ, ସେଥିରେ ସଫଳତା ମିଳିବ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।

କୁମ୍ଭ: ଆଜି ଅର୍ଥ, ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ। ବିଳାସବ୍ୟସନରେ ଦିନଟି କାଟିବେ,ବହୁ ଦିନର ବକେୟା ପ୍ରାପ୍ୟ ମିଳିବ।  ମାଙ୍ଗଳିକ କାମରେ ଯୋଗଦାନ କରିବେ।

 ମୀନ: ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ। କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହେବେ।

Related story