୨ ଡିସେମ୍ବର, ଗୁରୁବାର; ଜଗି ରଖି ଚଳନ୍ତୁ

ମେଷ: ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁ ମନ ଭାରାକ୍ରାନ୍ତ ହୋଇପାରେ। ଶରୀର ସୁସ୍ଥ ରହିବ। ବକେୟା ଅର୍ଥ ହସ୍ତଗତ ହେବ। ଆଜି ଜଗି ରଖି ଚଳନ୍ତୁ। ବୃଷ: ଆଜି ଯେ କୈାଣସି ପରିସ୍ଥିତିରେ ବୁଦ୍ଧିବଳ ଖଟାଇ କାମ ହାସଲ କରିବେ। ଶୁଭଖବର ପାଇ ମନ ଖୁସି ହୋଇଯିବ। ମିଥୁନ: ଆଜି ସମସ୍ତ କାମରେ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ।ପାରିବାରିକ ଜୀବନ ସୁଖପ୍ରଦ ହେବ। ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ।କ୍ରୀଡା, ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ […]

RASI

Tapaswini Nayak
  • Published: Thursday, 02 December 2021
  • , Updated: 02 December 2021, 07:42 AM IST

ମେଷ: ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁ ମନ ଭାରାକ୍ରାନ୍ତ ହୋଇପାରେ। ଶରୀର ସୁସ୍ଥ ରହିବ। ବକେୟା ଅର୍ଥ ହସ୍ତଗତ ହେବ। ଆଜି ଜଗି ରଖି ଚଳନ୍ତୁ।

ବୃଷ: ଆଜି ଯେ କୈାଣସି ପରିସ୍ଥିତିରେ ବୁଦ୍ଧିବଳ ଖଟାଇ କାମ ହାସଲ କରିବେ। ଶୁଭଖବର ପାଇ ମନ ଖୁସି ହୋଇଯିବ।

ମିଥୁନ: ଆଜି ସମସ୍ତ କାମରେ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ।ପାରିବାରିକ ଜୀବନ ସୁଖପ୍ରଦ ହେବ। ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ।କ୍ରୀଡା, ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ଉନ୍ନତି କରିବେ।

କର୍କଟ: ଆଜି ହସ ଖୁସିରେ ଦିନଟି କାଟିବେ। କୈାଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। ଆମଦାନୀ ରପ୍ତାନୀ କାରବାରରେ ଲାଭବାନ ହେବେ। ବୁଦ୍ଧି ବିବେକ ଓ ଜ୍ଞାନବଳରେ ପୂର୍ବ ସମସ୍ୟାର ସରଳ ସମାଧନ କରିବେ।

ସିଂହ: ଅଟକି ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ଅପରାହ୍ନରେ କୌଣସି ଶୁଭ ଖବର ପାଇ ଖୁସି ହେବେ। ପରିବାରରେ ଭାତୃ ସମ୍ପର୍କ ସୁଦୃଢ ହେବ। ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ।

କନ୍ୟା: ଆଜି କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେଇପାରେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଜୀବନ ସାଥୀର ସାହାଯ୍ୟ ସହଯୋଗ ପାଇ ମନୋବଳ ସୁଦୃଢ ହେବ।

ତୁଳା: ଶାରୀରିକ ଅସୁସ୍ଥତା ଯୋଗୁ ମନ ଭାରାକ୍ରାନ୍ତ ହେବ। କୈଣସି ମାଙ୍ଗଳିକ ବିଷୟରେ ଆଲୋଚନା କରି ଶେଷ ପର୍ଯ୍ୟାୟରେ ପହଁଚିବେ। ବ୍ୟବସାୟ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

ବିଛା: ବହୁ ଦିନର ଆଶା ଅଭିଳାଷ ପୁରଣ ହେବ। ମହିଳାମାନେ ଆମୋଦ ପ୍ରମୋଦରେ ଦିନଟି କାଟିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଲକ୍ଷ୍ୟସ୍ଥଳରେ ପହଁଞ୍ଚିବା ପାଇଁ କେହି ଜଣେ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବେ। ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ। ନିଜ ଲୋକମାନେ ବିଶ୍ୱାସ ଘାତକତା କରିପାରନ୍ତି।

ମକର: ସାଧାରଣ କଥାକୁ ନେଇ  ପରିବାରରେ ଭୁଲ୍ ବୁଝାମଣା ଦେଖା ଦେଇପାରେ। ପିତା ମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ। ଅପରାହ୍ନରେ କୈାଣସି ଶୁଭ ଖବର ଶୁଣିପାରନ୍ତି। ଆୟ ବୃଦ୍ଧି ଘଟିବ।

କୁମ୍ଭ: ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନୋନିବେଶ କରିବେ।

ମୀନ:  ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘର ପାଇଁ ଜିନିଷ କିଣିପାରନ୍ତି।

 

Related story