୨ମାର୍ଚ୍ଚ, ଶନିବାର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ

ମେଷ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବୃଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ଋଣ ଦିଅନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ। ମିଥୁନ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି କଥାକୁ ନେଇ ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। କର୍କଟ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। ବ୍ୟସ୍ତତା ଭିତରେ […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-4-1-2-2-3

Tapaswini Nayak
  • Published: Saturday, 02 March 2019
  • , Updated: 02 March 2019, 07:39 AM IST

ମେଷ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ବୃଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ଋଣ ଦିଅନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ।

ମିଥୁନ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି କଥାକୁ ନେଇ ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ।

କର୍କଟ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। ବ୍ୟସ୍ତତା ଭିତରେ ଦିନଟି କଟିବ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ।

ସିଂହ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ପାଖରୁ ଟଙ୍କା ଆଣିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ଅଟକି ରହିଥିବା ଅର୍ଥ ଫେରି ପାଇବାର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଶାମୁତାବକ ଲାଭ ପାଇବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ତୁଳା: ଆଜି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ପ୍ରେମରେ ସଫଳତା ମିଳିବ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ବିଚ୍ଛା: ଜମି କିଣି ପାରନ୍ତି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ।

ଧନୁ: ପୁରୁଣା ଇଚ୍ଛା ପୂରଣ ହୋଇପାରେ। ଚାକିରି କରୁଥିବା ଲୋକେ ଅଫିସ୍‌ରେ ପ୍ରଶଂସା ପାଇପାରନ୍ତି। ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି।

ମକର: ଜୀବନସାଥୀଙ୍କ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରନ୍ତୁ। ମଧ୍ୟାହ୍ଣ ପରେ ଖୁସି ଖବର ଶୁଣି ପାରନ୍ତି।

କୁମ୍ଭ: କୋର୍ଟରେ କିଛି ମାମଲା ଚାଲୁଥିଲେ ସେଥିରେ ବିଜୟୀ ହେବେ। ଘରକୁ ଅତିଥି ଆସିପାରନ୍ତି। ମନ ଫୂର୍ତ୍ତି ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ମୀନ: କୌଣସି କଥାକୁ ନେଇ ପଡ଼ୋଶୀଙ୍କ ସହ ଝଗଡ଼ା ହୋଇପାରେ। ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ। ଆୟଠାରୁ ବ୍ୟୟ ଅଧିକ ହେବ।

Related story