୨୦ ମାର୍ଚ୍ଚ, ରବିବାର: ଆୟର ନୂତନ ପନ୍ଥା ପାଇଁ ଯୋଜନା ପ୍ରସ୍ତୁତ କରିବେ

ମେଷ: କାର୍ଯ୍ୟଭାର ବଢ଼ିଯିବାରୁ କ୍ଳାନ୍ତ ଅନୁଭବ କରିବେ। ବ୍ୟବସାୟରେ ଭଲ ଲାଭ ହେବ। ଯାନବାହାନ ଚଳାଚଳ ବେଳେ ସତର୍କ ରୁହନ୍ତୁ। ବୃଷ: ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ପରିବାରରେ ମତଭେଦ ମଧ୍ୟ ହୋଇପାରେ। ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି। ମିଥୁନ: ବ୍ୟବସାୟରେ ଅଧିକ ବ୍ୟୟ ହେବ। ନିଜର ମନପସନ୍ଦର ଦ୍ରବ୍ୟ ହାନି ହୋଇପାରେ। ପରିବାରରେ ଅଯଥା ବିବାଦ ଯୋଗୁଁ ମନ ଅଶାନ୍ତ ରହିବ। କର୍କଟ: ବିଭିନ୍ନ ସମସ୍ୟାର ସମାଧାନର ବାଟ ମିଳିବ। ପରିବାରରେ ଶାନ୍ତି ଶୃଙ୍ଖଳା […]

RASI

Tapaswini Nayak
  • Published: Sunday, 20 March 2022
  • , Updated: 20 March 2022, 07:43 AM IST

ମେଷ: କାର୍ଯ୍ୟଭାର ବଢ଼ିଯିବାରୁ କ୍ଳାନ୍ତ ଅନୁଭବ କରିବେ। ବ୍ୟବସାୟରେ ଭଲ ଲାଭ ହେବ। ଯାନବାହାନ ଚଳାଚଳ ବେଳେ ସତର୍କ ରୁହନ୍ତୁ।

ବୃଷ: ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ପରିବାରରେ ମତଭେଦ ମଧ୍ୟ ହୋଇପାରେ। ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି।

ମିଥୁନ: ବ୍ୟବସାୟରେ ଅଧିକ ବ୍ୟୟ ହେବ। ନିଜର ମନପସନ୍ଦର ଦ୍ରବ୍ୟ ହାନି ହୋଇପାରେ। ପରିବାରରେ ଅଯଥା ବିବାଦ ଯୋଗୁଁ ମନ ଅଶାନ୍ତ ରହିବ।

କର୍କଟ: ବିଭିନ୍ନ ସମସ୍ୟାର ସମାଧାନର ବାଟ ମିଳିବ। ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଦୂର ସ୍ଥାନକୁ ଯାତ୍ରା ମଧ୍ୟ କରି ପାରନ୍ତି।

ସିଂହ: ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ। ମାନସିକ ଅଶାନ୍ତି ଦେଖା ଦେଇପାରେ। ନୂତନ କାର୍ଯ୍ୟଭାର ହାତକୁ ନେବେ।

କନ୍ୟା: ବ୍ୟବସାୟରେ କ୍ଷତି ହେଇପାରେ। ପରିବାରରେ ସବୁ ଠିକ୍‌ଠାକ୍ ରହିବ। ଶତ୍ରୁ ଉପରେ ବିଜୟ ଲାଭ କରିବେ।

ତୁଳା: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁମାନେ ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର କରିପାରନ୍ତି।

ବିଛା: ଆୟର ନୂତନ ପନ୍ଥା ପାଇଁ ଯୋଜନା ପ୍ରସ୍ତୁତ କରିବେ। ମନ ଶାନ୍ତ ରହିବ। ଆଜି ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ଧନୁ: ଅଫିସ୍‌ରେ ଦାୟିତ୍ୱ ବଢ଼ିବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ଶତ୍ରୁମାନେ ପରାଜିତ ହେବେ।

ମକର: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟରେ ଭଲ ଆୟ ହେବ। ମାନସିକ ଶାନ୍ତି ଲାଭ କରିବେ।

କୁମ୍ଭ: ରୋଜଗାର ବଢ଼ିବ। ଘରକୁ ଅତିଥି ଆସିପାରନ୍ତି। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ମୀନ: ଇଚ୍ଛା ବିରୋଧରେ ଯାଇ କିଛି କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ। ଆର୍ଥିକ ଅବସ୍ଥା ଭଲ ରହିବ। ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତ ହେବେ।

 

Related story