୨୦ ଏପ୍ରିଲ, ବୁଧବାର; ବନ୍ଧୁଙ୍କର ସାହାଯ୍ୟ ସହଯୋଗ ପାଇବେ

ମେଷ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବେ। ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବୃଷ: ବ୍ୟବସାୟରେ ସଫଳତା ଅର୍ଜନ କରିବେ। ମାନସିକ ସୁସ୍ଥତା ଅନୁଭବ କରିବେ। ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଆଗ୍ରହ ବଢିବ। ମିଥୁନ: ଶୁଭ ସମାଚାର ମିଳିବ। ଅର୍ଥଲାଭର ମାର୍ଗ ଖୋଲିଯିବ। ବନ୍ଧୁ ମିତ୍ରଙ୍କର ସହଯୋଗରେ ପରିବାରର ପରିସ୍ଥିତି ସମାଧାନ କରିବେ। ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ […]

RASI

Tapaswini Nayak
  • Published: Wednesday, 20 April 2022
  • , Updated: 20 April 2022, 07:53 AM IST

ମେଷ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବେ। ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ବୃଷ: ବ୍ୟବସାୟରେ ସଫଳତା ଅର୍ଜନ କରିବେ। ମାନସିକ ସୁସ୍ଥତା ଅନୁଭବ କରିବେ। ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଆଗ୍ରହ ବଢିବ।

ମିଥୁନ: ଶୁଭ ସମାଚାର ମିଳିବ। ଅର୍ଥଲାଭର ମାର୍ଗ ଖୋଲିଯିବ। ବନ୍ଧୁ ମିତ୍ରଙ୍କର ସହଯୋଗରେ ପରିବାରର ପରିସ୍ଥିତି ସମାଧାନ କରିବେ। ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ।

କର୍କଟ: ବନ୍ଧୁଙ୍କର ସାହାଯ୍ୟ ସହଯୋଗ ପାଇବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ରାଜନୀତି କ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର।

ସିଂହ: ନୂଆ ଯୋଜନାରେ ସଫଳ ହେବେ। ଆର୍ଥିକ ସହାୟତା ମିଳିପାରେ। ପରିବାରରେ ଖୁସିର ବାତାବରଣ ରହିବ।

କନ୍ୟା: ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ୱାରା ବ୍ୟବସାୟରେ ସଫଳତା ମିଳିବ। ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ଅତି ସହଜରେ ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ।

ତୁଳା: ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ।  ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ।

ବିଚ୍ଛା: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ।

ଧନୁ: ବିଭିନ୍ନ ପ୍ରକାରର ସମସ୍ୟା ସମାଧାନ ହେବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। କର୍ମକ୍ଷେତ୍ର ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।

ମକର: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ।

କୁମ୍ଭ: ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ।

ମୀନ: ରାଜନୈତିକ କ୍ଷେତ୍ରରେ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ।

Related story