୨୦ ଫେବ୍ରୁଆରୀ, ସୋମବାର: ବାକି ପଡିଥିବା ଅର୍ଥ ଆଦାୟ ହେବ

ବ୍ୟବସାୟରେ ଲାଭ ପାଇବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ଏବଂ ଘରକୁ ନୂଆ ଅତିଥିଙ୍କର ଆଗମନ ହେବ ।

Rasi

  • Published: Monday, 20 February 2023
  • , Updated: 20 February 2023, 07:34 AM IST

ମେଷ: ବ୍ୟବସାୟରେ ଲାଭ ପାଇବା ସହିତ ମାନସମ୍ମାନ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ଦୂରସ୍ଥାନକୁ ଯାତ୍ରା କରିବେ । ସନ୍ତାନମାନଙ୍କ ପାଠପଢ଼ାରେ ଉନ୍ନତି ହେବ ଚାକିରି କ୍ଷେତ୍ରରେ ସଫଳତା ପାଇବେ

ବୃଷ :କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମ୍ମାନ ମିଳିବ । ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ । ବହୁଦିନରୁ ଅଟକିଥିବା କାର୍ଯ୍ୟ ପାଇଁ ଶୁଭଖବର ପ୍ରାପ୍ତି ହେବ । ମନ ପ୍ରଫୁଲ୍ଲିତ ରହିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ଓ ସୁସ୍ୱାଦୁ ଭୋଜନ କରିବେ।

ମିଥୁନ: କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ସହିତ ଯାଆନ୍ତୁ । ବ୍ୟବସାୟରେ ବ୍ୟୟ ବୃଦ୍ଧି ହେବ ଓ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ହେବ।

କର୍କଟ: କୌଣସି ଖବର ଶୁଣିକି ମନସ୍ତାପ କରିବେ । କିନ୍ତୁ ବ୍ୟବସାୟରେ ଲାଭ ପାଇବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ଏବଂ ଘରକୁ ନୂଆ ଅତିଥିଙ୍କର ଆଗମନ ହେବ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପାରିବାରିକ ଜୀବନ ସୁଖମୟ ହେବ ।

ସିଂହ : ପିଲାଙ୍କ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ । ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ । ବାକି ପଡିଥିବା ଅର୍ଥ ଆଦାୟ ହେବ। ଆଗରୁ ଅଟକିଥିବା କାର୍ଯ୍ୟ ଅଚାନକ ପୂରଣ ହେବ।

କନ୍ୟା: ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ ଓ ଦୁରବନ୍ଧୁଙ୍କ ସହିତ ମିଳନ ହେବ । ଚାକିରି କ୍ଷେତ୍ରରେ ପଦ ମର୍ଯ୍ୟାଦା ବୃଦ୍ଧି ହେବ ଓ ନୂତନ କାର୍ଯ୍ୟ କରିବା ପାଇଁ ଆଗ୍ରହ ବଢିବ । ସନ୍ତାନମାନଙ୍କ ସ୍ଵଭାଵ ଦେଖି ବାପାମା ଖୁସି ହେବେ ।

ତୁଳା: ଜଗିରଖି ଚଳନ୍ତୁ । ଶାରୀରିକ ପୀଡ଼ା ଓ ମାନସିକ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କାମ ଧନ୍ଦା ମାମଲାରେ ପରିସ୍ଥିତି ଭଲ ରହିବ । ଖେଳାଳିମାନେ ସୁନାମ ଅର୍ଜନ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା: ସମସ୍ତ ଦିଗରେ ସଫଳତା ହାସଲ କରିବେ । ଶତୃମାନେ ପରାଜିତ ହେବେ । ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ । କୌଣସି ଶୁଭ ଖବର ଶୁଣିପାରନ୍ତି। ବ୍ୟବସାୟ ପାଇଁ ନୂତନ ଚୁକ୍ତିପତ୍ର ସ୍ୱାକ୍ଷରିତ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ ।

ଧନୁ : ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଭଲ ରହିବ । ହଠାତ୍ ହଜି ଯାଇଥିବା ବ୍ୟକ୍ତି, ଚୋରି ହୋଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି ।

ମକର: ମନୋବଳ ଦୃଢ଼ ରହିବ । ଯେକୌଣସି କାମ କରିବେ ସେଥିରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ କୌଣସି ନୂଆ ଦାୟିତ୍ୱ ମିଳିପାରେ । ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।

କୁମ୍ଭ: ଆକସ୍ମିକ ଭାବେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି କରିପାରେ । ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଅପ୍ରିୟ କଥାବାର୍ତ୍ତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ। 

ମୀନ: ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ । ଟିକେ ସତର୍କ ରହିବାକୁ ପଡିବ । ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ଓ ଘର ପାଇଁ ନୂଆ ଦ୍ରବ୍ୟ କ୍ରୟ କରିବେ । ଅଟକିଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାରୁ ମନ ଖୁସି ରହିବ ।

Related story