୨୦ ଜୁନ୍‌, ସୋମବାର: ନୂଆ ବନ୍ଧୁଙ୍କ ସହିତ ମିଳନ ହେବ

ମେଷ: ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ବ୍ୟବସାୟ କ୍ଷେତ୍ରରେ  ଉନ୍ନତି କଲେ ମଧ୍ୟ ପଡୋଶୀଙ୍କ ସହିତ ବିବାଦ ହେବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ।  ଚାକିରି କ୍ଷେତ୍ରରେ ସୁଯୋଗ ପାଇବେ। ବୃଷ: ବୃତ୍ତିଗତ କାମରେ ଦୂର ସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ। ଆୟ ଅନୁପାତରେ ବ୍ୟୟ ବଢ଼ିବାରୁ ମନରେ ଅସ୍ଥିରତା ସୃଷ୍ଟି ହେବ। ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ମିଳିବ। ମିଥୁନ: ପାରିବାରିକ ସମସ୍ୟା ଲାଗି ରହିବାରୁ ଅପବାଦ ପାଇବେ। ବୃଥା […]

RASI

Tapaswini Nayak
  • Published: Monday, 20 June 2022
  • , Updated: 20 June 2022, 07:55 AM IST

ମେଷ: ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ବ୍ୟବସାୟ କ୍ଷେତ୍ରରେ  ଉନ୍ନତି କଲେ ମଧ୍ୟ ପଡୋଶୀଙ୍କ ସହିତ ବିବାଦ ହେବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ।  ଚାକିରି କ୍ଷେତ୍ରରେ ସୁଯୋଗ ପାଇବେ।

ବୃଷ: ବୃତ୍ତିଗତ କାମରେ ଦୂର ସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ। ଆୟ ଅନୁପାତରେ ବ୍ୟୟ ବଢ଼ିବାରୁ ମନରେ ଅସ୍ଥିରତା ସୃଷ୍ଟି ହେବ। ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ମିଳିବ।

ମିଥୁନ: ପାରିବାରିକ ସମସ୍ୟା ଲାଗି ରହିବାରୁ ଅପବାଦ ପାଇବେ। ବୃଥା ଭ୍ରମଣ କରିବେ।  କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ବ୍ୟବସାୟୀମାନେ ଲାଭ ପାଇବେ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ।

କର୍କଟ: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ମାନସମ୍ମାନ ପାଇବେ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ।  ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ସୁସମ୍ବାଦ ପ୍ରାପ୍ତି ହେବ।

ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଗବେଷଣା,ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିବେ। ପରିବହନ, ର୍ନିମାଣ, ବାଣିଜ୍ୟ ବ୍ୟବସାୟ ସକାଶେ କୈାଣସି ପ୍ରତିବନ୍ଧକ ରହିବ ନାହିଁ।

କନ୍ୟା: ଆଜି ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର୍ଯ୍ୟହାସଲ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀ ମାନେ ପରାଜୟ ହେବେ।

ତୁଳା: କଥା ବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ ବିପଦର ସମ୍ମୁଖୀନ ହୋଇ ପାରନ୍ତି। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।

ବିଚ୍ଛା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ପାରିବାରିକ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।

ଧନୁ: ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। ର୍ନିମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ସୁନାମ ଅର୍ଜନ କରିବେ।

ମକର: ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ପରିବାରରେ ଖୁସିର ବାତାବରଣ ସ୍ଥାୟୀ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆୟ ଅପେକ୍ଷା ବ୍ୟୟ ହୋଇପାରେ। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।

ମୀନ: ଘରକୁ ଅତିଥି ଆସିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

Related story