ମେଷ: ସମସ୍ତ ଚେଷ୍ଟା ସଫଳ ହେବା ଫଳରେ ଅନେକ କ୍ଷେତ୍ରରେ ଶାନ୍ତି ପାଇବେ । ସାହିତ୍ୟ, କଳା କ୍ଷେତ୍ରରେ ଆକର୍ଷିତ ହେବା ସହ ନିଜ ଲୋକମାନେ ସହଯୋଗ କରିବେ । ନୂତନ କାର୍ଯ୍ୟରେ ଉନ୍ନତି ହେବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ।
ବୃଷ: ଆୟ ବୃଦ୍ଧି, ଋଣ ମୁକ୍ତି ଓ କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟରେ ଆଶାତୀତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ପୂର୍ବ ଶତ୍ରୁ ପଛଘୁଞ୍ଚା ଦେବେ ଓ ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ।
ମିଥୁନ:ସାମାଜିକ ପତିଆରା ଅମଳିନ ରହିବା ସହ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳ କ୍ରମେ ସମାଧାନ କରିବେ ।
କର୍କଟ: ସମ୍ମାନର ସହ ଦିନଚର୍ଯ୍ୟା କରିବେ । ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ପରିଣାମ ଅନୁକୂଳ ହେବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବା ଫଳରେ ଇଚ୍ଛା ମୁତାବକ ଲାଭ ପାଇବେ।
ସିଂହ: ଆର୍ଥିକ ସ୍ଥିତି ସୁଦୃଢ ହେବା ଫଳରେ ନୂତନ କାର୍ଯ୍ୟର ଶୁଭାରମ୍ଭ କରି ପାରନ୍ତି। ସମାଜ ସେବା ଓ ରାଜନୀତିରେ ସମ୍ମାନ ଅର୍ଜନ କରି ପାରିବେ । ଧନ ସମ୍ପତ୍ତି ପ୍ରାପ୍ତ ଯୋଗ ଅଛି।
କନ୍ୟା: ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସିତ ହେବେ। ହଠାତ୍ ବନ୍ଧୁଙ୍କ ସହ ଭେଟଭାଟ ଯୋଗ ରହିଛି।
ତୁଳା: ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ପାରିବାରିକ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ବିଦ୍ୟାକ୍ଷେତ୍ରରେ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ମିଳିବ।
ବିଚ୍ଛା: ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ବିଦେଶ ଯାତ୍ରାରେ ଲାଭବାନ ହେବେ ଓ ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ । ରାଜକୀୟ ମାମଲାରେ ସମସ୍ୟା ଦୂର ହେବ ।
ଧନୁ: ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । ପିଲାମାନଙ୍କ ପାଠପଢା ନେଇ କରିଥିବା ଚିନ୍ତା ଦୂରେଇ ଯିବ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ ।
ମକର: ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ । ବ୍ୟବସାୟରେ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ । ଉଚ୍ଚାଧିକାରୀଙ୍କ ସହ ସୁସମ୍ପର୍କ ଫଳରେ କର୍ମୋନ୍ନତିର ସୂଚନା ପାଇବେ ।
କୁମ୍ଭ: ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ସାହାଯ୍ୟରେ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।
ମୀନ:ବାଦବିବାଦ, କ୍ରିଡା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ସଫଳ ହେବେ । ପରିବାରକୁ ପ୍ରାଥମିକତା ଦେବା ଫଳରେ ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ଅନ୍ୟର ଉପକାର କରି ପ୍ରଶଂସିତ ହେବେ ଓ ନିର୍ମାମାଣମୂଳକ ଯୋଜନାରେ ଆଗେଇବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।