୨୧ ନଭେମ୍ବର, ବୁଧବାର: ଚାକିରି ହରାଇବାର ସମ୍ଭାବନା ରହିଛି

ମେଷ: ଆଜି ଦିନଟି ଭଲ ନୁହେଁ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ। କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ବୃଷ: ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ଚାକିରିରେ ପଦୋନ୍ନତି ଘଟିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଚାକିରି କ୍ଷେତ୍ରରେ ସ୍ଥିତି ସୁଧୁରିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଲାଗି ରହିଥିବା ସମସ୍ୟା ଦୂର ହେବାର ସମ୍ଭାବନା ରହିଛି। କର୍କଟ: ପରିବାରରେ କେହି ଲାଭବାନ ହେବେ। ସମ୍ପତ୍ତିଗତ ମାମଲାର […]

Rasi-Fala

Rakesh Mallick
  • Published: Wednesday, 21 November 2018
  • , Updated: 21 November 2018, 08:26 AM IST

ମେଷ: ଆଜି ଦିନଟି ଭଲ ନୁହେଁ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ। କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ।

ବୃଷ: ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ଚାକିରିରେ ପଦୋନ୍ନତି ଘଟିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଚାକିରି କ୍ଷେତ୍ରରେ ସ୍ଥିତି ସୁଧୁରିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଲାଗି ରହିଥିବା ସମସ୍ୟା ଦୂର ହେବାର ସମ୍ଭାବନା ରହିଛି।

କର୍କଟ: ପରିବାରରେ କେହି ଲାଭବାନ ହେବେ। ସମ୍ପତ୍ତିଗତ ମାମଲାର ସମାଧାନରେ ବିଳମ୍ବ ହେବ। ଚାକିରି ହରାଇବାର ସମ୍ଭାବନା ରହିଛି।

ସିଂହ: ବିଦେଶରେ ରହୁଥିବା ବନ୍ଧୁଙ୍କ ପାଖରୁ ଶୁଭ ଖବର ପାଇବେ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ନେଣଦେଣରେ ଲାଭ ମିଳିବ।

କନ୍ୟା: ଆର୍ଥିକ ସ୍ଥିତି ଦୃଢ଼ ହେବ। ବ୍ୟବସାୟ ବଢ଼ାଇବାକୁ ଯୋଜନା କରିବେ।  ପିଲାମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି।

ତୁଳା: ଆଇନଗତ ମାମଲାରେ ବିଜୟୀ ହେବେ। ପାରିବାରିକ ସମସ୍ୟାରେ ସୁଧାର ଆସିବ। କାହାକୁ ବାଧିଲା ଭଳି କଥା କୁହନ୍ତୁ ନାହିଁ।

ବିଛା: କୌଣସି ପୁରୁଣା ବନ୍ଧୁ ସହଯୋଗ କରିବେ। ନୂଆ ଗାଡ଼ି କିଣିବାର ଯୋଗ ରହିଛି। ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ।

ଧନୁ: ଜୀବନସାଥୀଙ୍କ ସହଯୋଗ ପାଇବେ। ବାପାମାଆଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ପ୍ରେମ ସମ୍ପର୍କରେ ଆହୁରି ଦୃଢ଼ ହେବ। ଧନପ୍ରାପ୍ତି ଯୋଗ ରହିଛି। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ଦିନଟି ଭଲରେ କଟିବ।

କୁମ୍ଭ: ଚାକିରି କ୍ଷେତ୍ରରେ ସ୍ଥିତି ଭଲ ରହିବ। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ମାଧ୍ୟମରେ ଲାଭବାନ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ। କୌଣସି ଦୂର ସ୍ଥାନକୁ ବୁଲି ଯିବାକୁ ଯୋଜନା କରିବେ।

ମୀନ: କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ।

Related story