ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ଚିନ୍ତିତ ରହିବ । ଆର୍ଥିକ ସଙ୍କଟ ଦୂରେଇଯିବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଆଶା କରୁଥିବା ଖବର ପାଇ ଖୁସି ହୋଇଯିବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ ।
ବୃଷ: ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ହୋଇପାରେ । ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିପାରେ।
ମିଥୁନ: ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣିପାରିବେ । ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ରୋଗ ପ୍ରତି ସାବଧାନ ରହିବା ଉଚିତ୍ । ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।
କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ଜୀବନ ସାଥୀର ସହଯୋଗ ପାଇବେ । ଅଚାନକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ବିଜୟୀ ହେବେ। ସୁସମାଚାର ଶୁଣି ଆନନ୍ଦିତ ହେବେ ।
ସିଂହ: ପୂର୍ବରୁ ଲାଗି ରହିଥିବା ବାଦବିବାଦରେ ଆଶୁ ସମାଧାନ ହୋଇଯିବ। ବାଣିଜ୍ୟ, ବ୍ୟବସାୟରେ ଆୟ ବୃଦ୍ଧି ଘଟିବ କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ଵାରା ପ୍ରଶଂସିତ ହେବେ । ଶତ୍ରୁମାନେ ପରାଜିତ ହେବେ। ଦେହ ମନ ସୁସ୍ଥ ରହିବ।
କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।
ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।
ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।
ମକର: ବ୍ୟବସାୟୀମାନେ ସ୍ଥଳ ବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭ ପାଇବେ । ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ବାରା ବିଚାର କଲେ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ୍ଣ ଦୂର ହେବ ।
କୁମ୍ଭ: ସହକର୍ମୀମାନଙ୍କ ଦ୍ୱାରା ଲାଭବାନ ହେବେ ଓ ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ । ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିପାରନ୍ତି।ତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ ଓ ନୂତନ ବନ୍ଧୁମିଳନ ହେତୁ ମନଖୁସି ରହିବ।
ମୀନ: ଶାରୀରିକ ଅସୁସ୍ଥତା ଦୂର ହେବା ସହ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି । ରାଜନୈତିକ କ୍ଷେତ୍ରରେ ଯଶ ଲାଭ ହେବାସହ ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତି ବଦଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।