୨୧ ଡିସେମ୍ବର, ମଙ୍ଗଳବାର: ଦାମ୍ପତ୍ୟ କଳହର ଅବସାନ ଘଟିବ

ମେଷ: ଦାମ୍ପତ୍ୟ କଳହର ଅବସାନ ଘଟିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଅର୍ଥ ଲାଭ ହେବ। ବୃଷ: ପିଲାମାନଙ୍କ କାର୍ଯ୍ୟ ଚିନ୍ତାର କାରଣ ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ କରିବେ। ମିଥୁନ: ଅସୁସ୍ଥ ଅନୁଭବ କରିବେ। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ରାଜନୀତି, କଳା ଓ ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। କର୍କଟ: ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ଝଗଡ଼ା […]

RASI

Niharika Rout
  • Published: Tuesday, 21 December 2021
  • , Updated: 21 December 2021, 08:03 AM IST

ମେଷ: ଦାମ୍ପତ୍ୟ କଳହର ଅବସାନ ଘଟିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଅର୍ଥ ଲାଭ ହେବ।

ବୃଷ: ପିଲାମାନଙ୍କ କାର୍ଯ୍ୟ ଚିନ୍ତାର କାରଣ ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ କରିବେ।

ମିଥୁନ: ଅସୁସ୍ଥ ଅନୁଭବ କରିବେ। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ରାଜନୀତି, କଳା ଓ ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ।

କର୍କଟ: ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ଝଗଡ଼ା ହୋଇପାରେ। ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ଆପଣଙ୍କ ବିରୋଧରେ କେହି ମିଛ ଅଭିଯୋଗ ଆଣିପାରନ୍ତି।

ସିଂହ: ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି। ଅଟକି ରହିଥିବା କାମଟିକୁ ସଂପୂର୍ଣ୍ଣ କରିବାକୁ ପ୍ରୟାସ କରିବେ। ପାରିବାରିକ ସମସ୍ୟାର ସମାଧାନ ହେବ।

କନ୍ୟା: ପରିବାରରେ ସମସ୍ୟା ବଢ଼ିପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହିବା କାରଣରୁ ନକାରାତ୍ମକ ଚିନ୍ତାଧାରା ମନକୁ ଭାରାକ୍ରାନ୍ତ କରିବ।

ତୁଳା: କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା ଜିନିଷ ମିଳିବ।

ବିଛା: ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ। ନିଜ ଲୋକ ଶତ୍ରୁ ଭଳି ଆଚରଣ କରିପାରନ୍ତି। ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ଧନୁ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାହାରି ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାରର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ମକର: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଶେଷ କରିବେ। ଘର କଥାରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଆର୍ଥିକ କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।

କୁମ୍ଭ: କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟ ଜାହିର କରିବାକୁ ଯାଇ ଅପମାନିତ ହୋଇପାରନ୍ତି। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

ମୀନ: ପରିବାରରେ ତିକ୍ତତା ଦେଖାଦେବ। ବ୍ୟବସାୟ ପାଇଁ ଦିନଟି ବହୁତ ଭଲ ରହିଛି। ହଜି ଯାଇଥିବା ଜିନିଷ ମିଳିଯିବ।

Related story