ମେଷ : କର୍ମକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ ମାନସିକ ଅଶାନ୍ତି ପାଇବେ। ଭୂମି, ଭବନ କ୍ରୟ ପାଇଁ ଯୋଜନା କରିବେ। ପରିବାରରେ ମହିଳାମାନେ ଅଶାନ୍ତି ପାଇବେ ।
ବୃଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ । ନୂତନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିବେ ।
ମିଥୁନ: କର୍ମକ୍ଷେତ୍ରରେ ଅପମାନିତ ହୋଇ ପାରନ୍ତି, ସତର୍କ ରହିବେ । ବ୍ୟବସାୟରେ କ୍ଷତି ମଧ୍ୟ ହୋଇପାରେ। ମହିଳାମାନେ ଅଧିକ ପରିଶ୍ରମ କରି କ୍ଳାନ୍ତି ଅନୁଭବ କରିବେ ।
କର୍କଟ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ବାକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ମଧ୍ୟ ପାଇବେ।
ସିଂହ : କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।
କନ୍ୟା : ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ । ଅଯଥା ଅତ୍ୟଧିକ ବ୍ୟୟ କରି ଅନୁତାପ କରିବେ । ମହିଳାମାନେ ପରିବାରରେ ଚିନ୍ତିତ ରହିବେ ।
ତୁଳା : କର୍ମକ୍ଷେତ୍ରରେ ଅତ୍ୟଧିକ ବ୍ୟସ୍ତତା ଯୋଗୁ କ୍ଳାନ୍ତି ଅନୁଭବ କରିବେ ।ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସାବଧାନ ରୁହନ୍ତୁ। ଅଯଥା ଭ୍ରମଣ କରନ୍ତୁ ନାହିଁ, ଆଘାତ ଲାଗିପାରେ।
ବିଛା: ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ବହୁତ ବ୍ୟସ୍ତ ରହିବେ। ବ୍ୟବସାୟରେ କ୍ଷତି ହୋଇପାରେ। ଆଘାତ ଲାଗିପାରେ, ସତର୍କ ରହିବେ।
ଧନୁ : କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ ହେବେ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ ।
ମକର: କର୍ମକ୍ଷେତ୍ରରେ ଅପାମନିତ ହୋଇ ପାରନ୍ତି । ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ । ମହିଳାମାନେ ଚିନ୍ତିତ ରହିବେ ।
କୁମ୍ଭ : କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କଠାରୁ ସମ୍ମାନିତ ହେବେ। ବ୍ୟବସାୟରେ ଭଲ ଲାଭବାନ ହେବେ। ମହିଳାମାନେ ଶାନ୍ତିରେ ଦିନଟିକୁ ଅତିବାହିତ କରିବେ ।
ମୀନ: କର୍ମକ୍ଷେତ୍ରରେ ଅପମାନିତ ହୋଇ ପାରନ୍ତି। ନିଜ ମନପସନ୍ଦର ଦ୍ରବ୍ୟ ନଷ୍ଟ ହୋଇଯାଇପାରେ। ମହିଳାମାନେ ପରିବାରକୁ ନେଇ ଚିନ୍ତା କରିପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।